ରିଲିଜ ପୂର୍ବରୁ ବିବାଦରେ ‘ପଠାନ’, ଦୀପିକାଙ୍କ ଗେରୁଆ ବିକିନିକୁ ନେଇ ହଙ୍ଗାମା

ମୁମ୍ବାଇ: ଯାହା ଡର ଥିଲା ତାହା ହେଲା। ରିଲିଜ ପୂର୍ବରୁ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନକୁ ନେଇ ଆରମ୍ଭ ହେଲା ବିବାଦ। ଫିଲ୍ମର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହେବା ପରେ ପରେ ସୃଷ୍ଟି ହୋଇଛି ହଙ୍ଗାମା। ଫିଲ୍ମକୁ ସୋଶାଲ ମିଡିଆରେ ବୟକଟ୍ କରିବା ପାଇଁ ଦାବି ଉଠିଛି । ଫିଲ୍ମକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ହୋଇଛି। ଗୀତରେ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ସୃଷ୍ଟି ହୋଇଛି ବିବାଦ। […]

shah-rukh-khan-and-deepika-padukone

Madhupriya Mistry
  • Published: Wednesday, 14 December 2022
  • , Updated: 14 December 2022, 05:41 PM IST

ମୁମ୍ବାଇ: ଯାହା ଡର ଥିଲା ତାହା ହେଲା। ରିଲିଜ ପୂର୍ବରୁ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନକୁ ନେଇ ଆରମ୍ଭ ହେଲା ବିବାଦ। ଫିଲ୍ମର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହେବା ପରେ ପରେ ସୃଷ୍ଟି ହୋଇଛି ହଙ୍ଗାମା। ଫିଲ୍ମକୁ ସୋଶାଲ ମିଡିଆରେ ବୟକଟ୍ କରିବା ପାଇଁ ଦାବି ଉଠିଛି । ଫିଲ୍ମକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ହୋଇଛି।

ଗୀତରେ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ସୃଷ୍ଟି ହୋଇଛି ବିବାଦ। ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା ଫିଲ୍ମର ଏହି ସିନ୍‌କୁ ବଦଳାଇବା ପାଇଁ ଦାବି କରିଛନ୍ତି। ନଚେତ ଏହାକୁ ମଧ୍ୟପ୍ରଦେଶରେ ବ୍ୟାନ୍ କରିବାକୁ ସେ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ଶାହାରୁଖ ଓ ଦୀପିକାଙ୍କ ଅନ୍‌ସ୍କ୍ରିନ୍ ରୋମାନ୍ସକୁ ନେଇ ମଧ୍ୟ ମନ୍ତ୍ରୀ ଆପତ୍ତିି ଉଠାଇଛନ୍ତି।

https://twitter.com/drnarottammisra/status/1602935162039570433?s=20&t=om9sjZ5rBniu-H4Bfkyq9Q

ନରୋତ୍ତମ ମିଶ୍ରା କହିଛନ୍ତି, ‘ଫିଲ୍ମ ପଠାନର ଗୀତରେ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବେଶଭୂଷା ଅତ୍ୟନ୍ତ ଆପତ୍ତିଜନକ ରହିଛି। ଦୂଷିତ ମାନସିକତା ସହ ଗୀତକୁ ଶୁଟିଂ କରାଯାଇଛି । ଗୀତର ବେଶଭୂଷା ଓ ଦୃଶ୍ୟକୁ ସଜଡା ଯାଉ। ନଚେତ ମଧ୍ୟପ୍ରଦେଶର ଫିଲ୍ମ ରିଲିଜକୁ ଅନୁମତି ଦିଆଯିବ ନାହିଁ।

ଫିଲ୍ମ ପଠାନର ବେଶରମ୍ ରଙ୍ଗ ଗୀତର ଏକ ଦୃଶ୍ୟରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି। ଏହାକୁ ନେଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ ମଧ୍ୟ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଏହା ଗେରୁଆ ରଙ୍ଗ । ଫିଲ୍ମ ପଠାନରେ ସନାତନ ଧର୍ମର ଅପମାନ କରାଯାଇଛି। ଏହାକୁ ଆଦୌ ସହ୍ୟ କରାଯିବନାହିଁ।

ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଜାନୁଆରୀ ୨୫ରେ ଫିଲ୍ମ ପଠାନ ରିଲିଜ ହେବ। ଫିଲ୍ମର ପ୍ରଥମ ଗୀତ ରିଲିଜ ହେବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଗୀତରେ ଶାହାରୁଖ ଓ ଦୀପିକାଙ୍କ ରୋମାନ୍ସକୁ ଫ୍ୟାନ୍‌ମାନେ ପ୍ରଶଂସା ମଧ୍ୟ କରିଥିଲେ।

Related story