'କାନ୍ସ'ରେ ଦୀପିକାଙ୍କ ଦେଶୀ ଅନ୍ଦାଜ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଇଲେ ନିଜ ଦେଶୀ ଅନ୍ଦାଜ। ଶାଢ଼ୀ ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଦେଖାଇଲେ ଜଲୱା। ତାଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀପିକା ପାଦୁକୋନ୍‌। ସେ କାନ୍ସ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ମଙ୍ଗଳବାର ଅର୍ଥାତ୍‌ ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲ୍‌ରେ ବସିଥିବାର ଦେଖିବାକୁ ମିଳିଥିଲା। ଏହାପରେ ସେ ରେଡ୍‌ କାର୍‌ପେଟ୍‌ରେ ଦେଖାଇଥିଲେ ନିଜ […]

Deepika padukone-1

Madhupriya Mistry
  • Published: Wednesday, 18 May 2022
  • , Updated: 18 May 2022, 12:25 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଇଲେ ନିଜ ଦେଶୀ ଅନ୍ଦାଜ। ଶାଢ଼ୀ ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଦେଖାଇଲେ ଜଲୱା। ତାଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦୀପିକା ପାଦୁକୋନ୍‌। ସେ କାନ୍ସ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ମଙ୍ଗଳବାର ଅର୍ଥାତ୍‌ ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲ୍‌ରେ ବସିଥିବାର ଦେଖିବାକୁ ମିଳିଥିଲା। ଏହାପରେ ସେ ରେଡ୍‌ କାର୍‌ପେଟ୍‌ରେ ଦେଖାଇଥିଲେ ନିଜ ଜଲୱା। ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚୀ ଡିଜାଇନ୍‌ କରିଥିବା ବ୍ଲାକ୍‌ ଆଣ୍ଡ ଗୋଲ୍ଡେନ୍‌ ଶାଢ଼ୀ ପିନ୍ଧି ରେଡ୍‌ କାର୍‌ପେଟରେ ଏଣ୍ଟ୍ରି କରିଥିଲେ ଦୀପିକା।

ଦୀପିକାଙ୍କ ସୁନ୍ଦର ସିକ୍ୱେନ୍ସ ଶାଢ଼ୀ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ ଅଭିନେତ୍ରୀଙ୍କ ଲୁକ୍‌ର ସବୁଠାରୁ ବଡ ହାଇଲାଇଟ୍ସ ଥିଳା ତାଙ୍କ ଅଲ୍ଟ୍ରା ବୋଲ୍ଡ ମେକ୍‌ଅପ୍‌। ହେଭି ମେକ୍‌ଅପ୍‌ରେ ମଧ୍ୟ ନଜର ଆସିଥିଲେ ଦୀପିକା। ଡ୍ରାମାଟିକ୍‌ ସ୍ମୋକି ଆଇଲାଇନର୍‌ ସାଙ୍ଗକୁ ନ୍ୟୁଡ୍‌ ଲିପଷ୍ଟିକ୍‌ ଓ ହେଭି ଇୟରିଂ ପିନ୍ଧି ସେ ନିଜ ଲୁକ୍‌କୁ କମ୍ଲିଟ୍‌ କରିଥିଲେ। କେବଳ ସେତିକି ତାଙ୍କ ହେୟାର ଷ୍ଟାଇଲ୍‌ ମଧ୍ୟ ଥିଲା ବେଶ୍‌ ନିଆରା। ୯୦ ଦଶକର ଲୁକ୍‌ରେ ହାଇ ଟାଇ ହେୟାର୍ସ ଷ୍ଟାଇଲ୍‌ କରିଥିଲେ ସେ। ତାଙ୍କ ଲୁକ୍‌କୁ ଦେଖି ସମସ୍ତେ ପ୍ରଶଂସା କରିଥିଲେ।

ଦୀପିକା ପାଦୁକୋନ୍‌ ଗତ ଅନେକ ବର୍ଷ ହେଲା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇ ଆସୁଛନ୍ତି। ସେ ନିଜ ଆଉଟ୍‌ଫିଟ୍‌କୁ ନେଇ କାନ୍ସ ଫେଷ୍ଟିଭାଲରେ ଟପ୍‌ ଆଉଟ୍‌ଫିଟ୍‌ସ୍‌ରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଚଳିତ ଥର ଦୀପିକା ପ୍ରଥମ କରି 'କାନ୍ସ'ରେ ଜୁରୀ ଟେବୁଲରେ ନଜର ଆସିଛନ୍ତି। ଚଳିତ ଥର ଦୀପିକା ଜଣାଶୁଣା ମେକଅପ୍‌ ବ୍ରାଣ୍ଡ ଲରିଆଲ୍ର ପ୍ରମୋସନ କରୁଛନ୍ତି।

ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଦର୍ଶକଙ୍କ ସମେତ ସେଲେବ୍ରିଟିମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି। ଏହି ଫେଷ୍ଟିଭାଲ ପାଇଁ ବଲିଉଡରେ ଅନେକ ନାମିଦାମୀ ଷ୍ଟାର୍‌ ଫ୍ରେଞ୍ଚ ରିଭେରା ପହଞ୍ଚି ସାରିଲେଣି। ଏହି ଫେଷ୍ଟିଭାଲ ୧୭ ମେ’ରୁ୨୮ ମେ’ ପର୍ଯ୍ୟନ୍ତ ଚାଲିବ। ନିକଟରେ ଉର୍ବଶୀ ରାଉତେଲା, ଐଶ୍ୱର୍ଯ୍ୟା ରାୟ, ତମନ୍ନା ଭାଟିଆ, ଆର୍‌ ମାଧବନ୍‌, ନୱାଜଉଦ୍ଦିନ୍‌ ସିଦ୍ଦିକି ପ୍ରମୁଖଙ୍କୁ କାନ୍ସ ରେଡ୍‌ କାର୍‌ପେଟ୍‌ରେ ଦେଖିବାକୁ ମିଳିଛି।

https://youtu.be/hZFB1G3VVf8

Related story