Advertisment

ଅଡୁଆରେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାର୍‌ଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Allu Arjun

Allu Arjun

Advertisment

ସାଉଥ ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବଢ଼ିଲା ଅଡୁଆ। ପୁଷ୍ପା ରାଜ୍‌ଙ୍କ ବିରୋଧରେ ରୁଜୁ ହେଲା ମାମଲା। ବିଧାୟକ ସାଙ୍ଗକୁ ଭେଟିବାକୁ ଯାଇଥିବା ଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Advertisment

ପ୍ରକୃତରେ ମେ' ୧୧ ତାରିଖରେ ଅଲ୍ଲୁ ଅର୍ଜୁନ ଆନ୍ଧ୍ର ପ୍ରଦେଶର ନନ୍ଦୟାଲ ପହଞ୍ଚିଥିଲେ। ଏଠାରେ ସେ ନିଜ ସାଙ୍ଗ ତଥା YSRCP ବିଧାୟକ ଶିଲ୍ପା ରବିଙ୍କ ଘରକୁ ଯାଇଥିଲେ। ବିଧାୟକଙ୍କ ଘରକୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆସିଥିବା ଜାଣିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା।

Allu Arjunଘଟଣା ବେଳର ଦୃଶ୍ୟ

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଶିଲ୍ପା ରବି ମେ' ୧୩ ତାରିଖରେ ଶାସକ ଦଳର ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅଲ୍ଲୁ ଅର୍ଜୁନ ବିଧାୟକଙ୍କ ଘରକୁ ଯିବା ଓ ଲୋକଙ୍କ ଭିଡ ଜମିବା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି।

Advertisment

ଏହି ଅଭିଯୋଗରେ ଉଭୟ ଶିଳ୍ପା ରବି ଓ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ପୁଲିସ ଏଫ୍ଆଇଆର୍‌ ରୁଜୁ କରିଛି। ବିଧାୟକ ଶିଳ୍ପା ବିନା କୌଣସି ପୂର୍ବ ଅନୁମତିରେ ଶନିବାର ଦିନ ଜାଣିଶୁଣି ଅଲ୍ଲୁ ଅର୍ଜୁନଙ୍କୁ ଆମନ୍ତ୍ରିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଧାୟକ ଓ ଅଲ୍ଲୁ ଅର୍ଜୁନ ବାଲକୋନୀରୁ ଲୋକଙ୍କୁ ଭେଟିଥିଲେ।

ସେପଟେ ଏହି ମାମଲାକୁ ନେଇ ଅଲ୍ଲୁ ଅର୍ଜୁନ କହିଛନ୍ତି, ସେ ତାଙ୍କ ସାଙ୍ଗକୁ କେବଳ ଭେଟିବାକୁ ଆସିଥିଲେ। ସେ ତାଙ୍କୁ ସମର୍ଥନ କରିବାକୁ ଆସିଥିଲେ। ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ ନାହିଁ ବୋଲି କହିଛନ୍ତି।

କହିରଖୁ ଯେ, ଆସନ୍ତାକାଲି ତଥା ମେ' ୧୩ ତାରିଖରେ ଆନ୍ଧ୍ରପ୍ରଦେଷଶରେ ଭୋଟ ପଡିବ। ଏଥିପାଇଁ ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି।

Andhra Pradesh Allu Arjun YSRCP Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe