କରଣ ଜୋହରଙ୍କ ନାଁରେ କେସ୍‌, ନୋଟିସ୍‌ ଜାରି

ମୁମ୍ବାଇ: ଆଇନ୍‌ ଜାଲରେ ଫସିଲେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହର। ତାଙ୍କ ନାଁରେ ହେଲା କେସ୍‌। କେବଳ ସେ ନୁହନ୍ତି ତାଙ୍କର ପୂରା ଟିମ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତାଙ୍କୁ ନୋଟିସ ଜାରି କରିଛି। କପିରାଇଟ୍‌ ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଶାଲ ସିଂହ ନାମକ ଜଣେ ବ୍ୟକ୍ତି ନିର୍ମାତା କରଣ ଜୋହର ଓ ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ, ଧର୍ମା ପ୍ରଡକ୍ସନର କ୍ରିଏଟିଭ ହେଡ୍‌ ସୌମେନ ମିଶ୍ରା, ଭାଓକମ୍‌-୧୮ […]

Karan Johar

Madhupriya Mistry
  • Published: Wednesday, 15 June 2022
  • , Updated: 15 June 2022, 06:15 PM IST

ମୁମ୍ବାଇ: ଆଇନ୍‌ ଜାଲରେ ଫସିଲେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହର। ତାଙ୍କ ନାଁରେ ହେଲା କେସ୍‌। କେବଳ ସେ ନୁହନ୍ତି ତାଙ୍କର ପୂରା ଟିମ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତାଙ୍କୁ ନୋଟିସ ଜାରି କରିଛି।

କପିରାଇଟ୍‌ ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଶାଲ ସିଂହ ନାମକ ଜଣେ ବ୍ୟକ୍ତି ନିର୍ମାତା କରଣ ଜୋହର ଓ ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ, ଧର୍ମା ପ୍ରଡକ୍ସନର କ୍ରିଏଟିଭ ହେଡ୍‌ ସୌମେନ ମିଶ୍ରା, ଭାଓକମ୍‌-୧୮ ମିଡିଆ ପ୍ରାଇଭେଟ୍‌ ଲିମିଟେଡ ଓ ସ୍କ୍ରିନ ରାଇଟସ୍‌ ଆସୋସିଏସନ ବିରୋଧରେ ମାମଲା ରୁଜୁ କରିଛନ୍ତି।

ରାଞ୍ଚିର ସିଭିଲ କୋର୍ଟର କମର୍ସିଆଲ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ସମସ୍ତ ଉତ୍ତରଦାତାଙ୍କୁ ତୁରନ୍ତି ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୮ର ହେବ।

ବିଶାଲ ସିଂହଙ୍କ ଅଭିଯୋଗ ମୁତାବକ, କରଣ ଜୋହରଙ୍କ ଅପକମିଂ ଫିଲ୍ମ 'ଜୁଗ୍‌ ଜୁଗ ଜିଓ'ର କାହାଣୀ ତାଙ୍କର 'ବନ୍ନି ରାନୀ'ର କାହାଣୀରୁ ଚୋରି ହୋଇଛି। 'ଜୁଗ୍-ଜୁଗ୍ ଜିଓ' ଫିଲ୍ମ ଆସନ୍ତା ୨୪ତାରିଖରେ ରିଲିଜ୍ ହେବାକୁ ଯାଉଥିବାରୁ ଆବେଦନକାରୀଙ୍କୁ ତୁରନ୍ତ ନ୍ୟାୟ ଆବଶ୍ୟକତା ରହିଛି। ତେଣୁ ଅଭିଯୋଗକାରୀଙ୍କ ସମ୍ମତି କିମ୍ବା ଅନୁମତି ବିନା ଧର୍ମ ପ୍ରଡକ୍ସନ୍ସ 'ବନ୍ନି ରାନୀ'ର କାହାଣୀକୁ ଚୋରି କରି କପି କରିଥିବା ନେଇ ମାମଲା ରୁଜୁ କରିଛନ୍ତି।

Related story