Advertisment

ଅଭିନେତାଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ: ଅଡୁଆରେ ବଳିଉଡର ଆଉ ଜଣେ ଅଭିନେତା। ‘କୋଇ ମିଲ୍‌ ଗୟା’ ଫେମ ଅଭିନେତା ରଜତ ବେଦୀଙ୍କ ନାଁରେ ରୁଜୁ ହେଲା ଏତଲା। ସେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି। ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୁଲିସ ଷ୍ଟେସନରେ ଏଫ୍‌ଆଇଆର୍‌ ହୋଇଛି। ସୂଚନାନୁସାରେ, ରଜତ ବେଦୀ ଗତକାଲି ସନ୍ଧ୍ୟାରେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିଲେ। ଏହି ମାମଲାରେ […]

ଅଦ୍ୟତନ ହୋଇଛି
ଅଭିନେତାଙ୍କ ନାଁରେ ଏଫ୍‌ଆଇଆର୍‌

Rajat Bedi

Advertisment

ମୁମ୍ବାଇ: ଅଡୁଆରେ ବଳିଉଡର ଆଉ ଜଣେ ଅଭିନେତା। 'କୋଇ ମିଲ୍‌ ଗୟା' ଫେମ ଅଭିନେତା ରଜତ ବେଦୀଙ୍କ ନାଁରେ ରୁଜୁ ହେଲା ଏତଲା। ସେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି।

Advertisment

ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୁଲିସ ଷ୍ଟେସନରେ ଏଫ୍‌ଆଇଆର୍‌ ହୋଇଛି। ସୂଚନାନୁସାରେ, ରଜତ ବେଦୀ ଗତକାଲି ସନ୍ଧ୍ୟାରେ ତାଙ୍କ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିଲେ।

ଏହି ମାମଲାରେ ଡିଏନ୍‌ ନଗର ପୁଲିସ କହିଛି, କାର୍‌ରେ ଧକ୍କା ଦେବା ପରେ ରଜତ ଆହତ ବ୍ୟକ୍ତିଙ୍କୁ କୁପର୍ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଛନ୍ତି। ଏଥିସହ ସେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି।

Advertisment

ରିପୋର୍ଟ ମୁତାବକ, ରଜତ ଯେଉଁ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ ସେହି ବ୍ୟକ୍ତିଙ୍କ ବୟସ ୩୯ ବର୍ଷ। ସେ ଡିଏନ୍‌ ନଗର ବାସିନ୍ଦା। ସୋମବାର ଦିନ ସେ ନିଜ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରଜତଙ୍କ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଉକ୍ତ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଗୁରୁତର ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ରଜତ ପ୍ରତିଶ୍ରୁତି ଦେଇଛନ୍ତି।

ରଜତ ବେଦୀ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। କୋଇ ମିଲ୍ ଗୟା (୨୦୦୩) ରେ ରାଜ ସକ୍ସେନାଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ରକ୍ତ (୨୦୦୪), ଖାମୋଶ … ଖୌପ କି ରାତ (୨୦୦୫) ଏବଂ ରକି-ଦି ରେବେଲ (୨୦୦୬) ଅନ୍ତର୍ଭୁକ୍ତ। କୋଇ ମିଲ ଗୟା, କରନ ଅର୍ଜୁନ ଏବଂ ହେଲୋ କୌନ ଫିଲ୍ମରୁ ରଜତ ବେଦୀ ଏକ ଭିନ୍ନ ପରିଚୟ ପାଇଥିଲେ।

https://twitter.com/ANI/status/1435092949272961029?s=20

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe