ଭିଡିଓ ବନାଇ ଫସିଲେ ଡୁପ୍ଲିକେଟ୍‌ ସଲମାନ

ଲକ୍ଷ୍ନୌ: ଅଡୁଆରେ ଡୁପ୍ଲିକେଟ୍‌ ସଲମାନ୍‌ ଖାନ୍‌। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ୍‌ଙ୍କ ନାଁରେ ରୁଜୁ ହୋଇଛି ମାମଲା। ରେଲୱେ ଟ୍ରାକ୍‌ରେ ଶାର୍ଟ ଲେସ୍‌ ହୋଇ ରିଲ ଭିଡିଓ ବନାଇବା ତାଙ୍କୁ ମହଙ୍ଗା ପଡିଛି। ଉତ୍ତରପ୍ରଦେଶର ଆଜମ ଅଲି ଅଂସାରୀ। ସେ ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ୍‌ ନାଁରେ ଫେମସ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍‌ ଭିଡିଓ ବନାଇ ସେ ଘରେ ଘରେ ପରିଚିତ। ତାଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ଢ଼େର ଅଧିକା। ତେବେ ଏହି ରିଲ୍‌ […]

azam-ali-ansari

Madhupriya Mistry
  • Published: Wednesday, 24 August 2022
  • , Updated: 24 August 2022, 01:15 PM IST

ଲକ୍ଷ୍ନୌ: ଅଡୁଆରେ ଡୁପ୍ଲିକେଟ୍‌ ସଲମାନ୍‌ ଖାନ୍‌। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ୍‌ଙ୍କ ନାଁରେ ରୁଜୁ ହୋଇଛି ମାମଲା। ରେଲୱେ ଟ୍ରାକ୍‌ରେ ଶାର୍ଟ ଲେସ୍‌ ହୋଇ ରିଲ ଭିଡିଓ ବନାଇବା ତାଙ୍କୁ ମହଙ୍ଗା ପଡିଛି।

ଉତ୍ତରପ୍ରଦେଶର ଆଜମ ଅଲି ଅଂସାରୀ। ସେ ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ୍‌ ନାଁରେ ଫେମସ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍‌ ଭିଡିଓ ବନାଇ ସେ ଘରେ ଘରେ ପରିଚିତ। ତାଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ଢ଼େର ଅଧିକା। ତେବେ ଏହି ରିଲ୍‌ ଭିଡିଓ ଯୋଗୁ ସେ ଆଜି ଆଇନ୍‌ ଜାଲରେ ଫସିଛନ୍ତି।

ପ୍ରକୃତରେ ସଲମାନ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ 'ତେରେ ନାମ୍‌'ର ଗୀତରେ ଏକ ରିଲ ଭିଡିଓ ତିଆରି କରିଛନ୍ତି ଆଜମ। ଏହି ଭିଡିଓରେ ସେ ନିଜ ସୋଶାଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ଭିଡିଓରେ ସେ ରେଲୱେ ଟ୍ରାକ୍‌ ଉପରେ ବିନା ଟି-ଶାର୍ଟରେ ଚାଲି ଚାଲି ଆସୁଛନ୍ତି। କେବଳ ସେତିକି ନୁହେଁ ଟ୍ରାକ୍‌ ଉପରେ ଶୋଇପଡିବା ସହ ସିଗାରେଟ୍‌ ମଧ୍ୟ ଟାଣୁଛନ୍ତି।

ଆଜମଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ବିରୋଧରେ ଆକ୍ସନ ନେଇଛି। ଲକ୍ଷ୍ନୌ ଜିଆରିପି ପୁଲିସ ଆଜମଙ୍କ ବିରୋଧରେ ରେଲୱେ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଲକ୍ଷ୍ନୌ ପୁଲିସ କହିଛି।

ତେବେ ଆଜମଙ୍କ ନାଁରେ ଏଭଳି ମାମଲା ରୁଜୁ ହେବା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ମଧ୍ୟ ଆଜମ ବିବାଦ ଘେରକୁ ଆସି ସାରିଛନ୍ତି। ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି।

Related story