Advertisment

ରାମ ଗୋପାଲ ବର୍ମାଙ୍କ ବଢ଼ିଲା ଅଡୁଆ, ମାମଲା ରୁଜୁ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ତାଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂ ବ୍ରାହ୍ମଣୀ ଓ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବିରୋଧରେ ରାମ ଗୋପାଲ ବର୍ମା ଅପମାନଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗ ହୋଇଛି।

Ram Gopal Verma

Ram Gopal Verma

Advertisment

ଫସିଲେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ବଢ଼ିଲା ତାଙ୍କ ଅଡ଼ୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲୁଗୁ ଦେଶମ ପାର୍ଟିର (ଟିଡିପି) କର୍ମୀମାନେ ପ୍ରକାଶମ ଏବଂ ଗୁଣ୍ଟୁର ଜିଲ୍ଲାର ଦୁଇଟି ପୁଲିସ ଷ୍ଟେସନରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପ୍ରାକସାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ତାଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂ ବ୍ରାହ୍ମଣୀଙ୍କ ବିରୋଧରେ ରାମ ଗୋପାଲ ବର୍ମା ଅପମାନଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେ ଜନସେନା ପାର୍ଟି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବିରୋଧରେ ମର୍ଫ ଫୋଟ ପୋଷ୍ଟ କରିଥିବା ନେଇ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଟିଡିପି ମଣ୍ଡଳ ପରିଷଦ ସଚିବ ରାମଲିଙ୍ଗମଙ୍କ ଅଭିଯୋଗରେ ଏହି ମାମଲା ମଡ୍ଡିପାଦୁ ପୁଲିସ ଷ୍ଟେସନରେ ରୁଜୁ ହୋଇଛି। ବର୍ତ୍ତମାନ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ ଯେ ତାଙ୍କ ରାମ ଗୋପାଳ ବର୍ମା ନିଜ 'ବ୍ୟୁହମ୍'ର ପ୍ରମୋସନ ସମୟରେ ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରିବାର ସଦସ୍ୟ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଛି।

ତାଙ୍କ ଫିଲ୍ମ ଗତ ବର୍ଷ ଶେଷର ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ରିଲିଜ ହୋଇଥିଲା। ଆର୍‌ଜିଭିଙ୍କ ଏହି ଫିଲ୍ମ ୨୦୦୯ରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ଏବଂ ତାଙ୍କ ପୁଅ YS ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା YSR କଂଗ୍ରେସ ପାର୍ଟି ଗଠନ ଉପରେ ଆଧାରିତ।

Andhra Pradesh Ram Gopal Varma Chandrababu Naidu Case File Against RGV
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe