Advertisment

ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ

୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Pritish Nandy

Pritish Nandy

Advertisment

ବଲିଉଡର ଆସିଲା ପୁଣି ଆଉ ଏକ ଦୁଃଖଦ ଖବର। ଆଉ ନାହାନ୍ତି ଜଣାଶୁଣା କବି, ଲେଖକ, ସମ୍ପାଦକ ତଥା ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ। ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ପୁଅ ଏନେଇ ସୂଚନା ଦେଇଛନ୍ତି। ତେବେ କାରଣ ସାମ୍ନାକୁ ଆସିନଥିବା ବେଳେ ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Advertisment

ମନୋରଞ୍ଜନ ଜଗତର ପ୍ରିୟ କଳାକାରଙ୍କ ମୃତ୍ୟୁକୁ ନେଇ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ଘନିଷ୍ଠ ବନ୍ଧୁ ଅନୁପମ ଖେର ଏବଂ ସୁହେଲ ସେଠ ସୋଶାଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରୀତିଶ ନନ୍ଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଅନୁପମ ଖେର ତାଙ୍କୁ ଅଦ୍‌ଭୁତ କବି, ଲେଖକ, ଫିଲ୍ମକାର ଓ ଅଦ୍ୱିତୀୟ ସମ୍ପାଦକ ଏବଂ ପତ୍ରକାର ବୋଲି ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କର ଜଣେ ସହାୟତା ପ୍ରଣାଳି ଓ ଶକ୍ତି ଏକ ବଡ଼ ସ୍ରୋତ ଥିଲେ ବୋଲି କହିଛନ୍ତି।

Advertisment

ପ୍ରୀତିଶ ନନ୍ଦୀ ଭାରତୀୟ ଗଣମାଧ୍ୟମ ଓ କଳା ସଂସ୍କୃତି କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। ୧୯୯୮ରେ ପ୍ରୀତିଶ ନନ୍ଦୀ ମହାରାଷ୍ଟ୍ରରୁ ଶିବସେନା ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନନ୍ଦୀ ତାଙ୍କ ସାମ୍ବାଦିକତା ଜୀବନରେ `ଟାଇମ୍ସ ଅଫ୍‌ ଇଣ୍ଡିଆ'ର ପ୍ରକାଶନ ନିର୍ଦ୍ଦେଶକ ଥିଲେ।

ପ୍ରୀତିଶ ନନ୍ଦୀ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ସେ 'ଝଙ୍କାର ବିଟ୍ସ', 'କାଣ୍ଟେ', 'ହାଜାରୋଁ ଖୱାଇସେଁ ଏସି', 'ପ୍ୟାର୍ କେ ସାଇଡ୍ ଇଫେକ୍ଟସ୍', 'ଅଗଲି ଔର ପାଗଲି' ଏବଂ 'ଚାମେଲି' ଭଳି ବେଶ୍‌ ଦମ୍‌ଦାର ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

ନନ୍ଦୀ ସୂଚନ ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ସ୍ଥାପିତ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଉନ୍ନୟନ ନିମନ୍ତେ ଗଠିତ କମିଟିର ନେତୃତ୍ୱ ମଧ୍ୟ ନେଇଥିଲେ। ରାଜ୍ୟସଭା ସାଂସଦ ଭାବେ ସେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ନିମନ୍ତେ ପାଳିତ ହୋଇଥିବା ଉତ୍ସବ କମିଟିର ସଦସ୍ୟ ସମେତ, ପ୍ରତିରକ୍ଷା ସଂସଦୀୟ କମିଟି, ସଞ୍ଚାର ନିମନ୍ତେ ସଂସଦୀୟ କମିଟି, ବିଦେଶ ବ୍ୟାପାର ସଂସଦୀୟ କମିଟି ସମେତ ଅନ୍ୟ କେତେକ କମିଟିର ମଧ୍ୟ ସଦସ୍ୟ ଥିଲେ।

Prtishi Nandy Dies Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe