Advertisment

ସଲମାନ ଖାନ୍‌ଙ୍କୁ ସମନ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ ପୁଲିସ ପଚରାଉଚରା ପାଇଁ ସଲମାନ, ଅଲିଭିରା ଏବଂ ଅନ୍ୟ ୫ ଜଣଙ୍କୁ ସମନ୍ ପଠାଇଛି। ଏହି ୫ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ […]

ଅଦ୍ୟତନ ହୋଇଛି
ସଲମାନ ଖାନ୍‌ଙ୍କୁ ସମନ୍‌

salman Khan

Advertisment

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ ପୁଲିସ ପଚରାଉଚରା ପାଇଁ ସଲମାନ, ଅଲିଭିରା ଏବଂ ଅନ୍ୟ ୫ ଜଣଙ୍କୁ ସମନ୍ ପଠାଇଛି। ଏହି ୫ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଥିବା ନେଇ ପୁଲିସ ଗୁରୁବାର ସୂଚନା ଦେଇଛି।

Advertisment

ବ୍ୟବସାୟୀଙ୍କ ଅଭିଯୋଗ ମୁତାବକ, ସେ ୨୦୧୮ରେ ୨-୩ କୋଟି ଟଙ୍କା ଖର୍ଚ୍ଚ କରି ‘ବିଙ୍ଗ୍ ହ୍ୟୁମାନ ଜୁଏଲାରୀ’ ଷ୍ଟୋର ଆରମ୍ଭ କରିଥିଲେ। ତାଙ୍କୁ ଭରସା ଦିଆଯାଇଥିଲା ଯେ, ତାଙ୍କୁ ସବୁ ପ୍ରକାରର ସମର୍ଥନ ଦିଆଯିବା ସହ ବ୍ରାଣ୍ଡକୁ ପ୍ରମୋଟ୍ କରାଯିବ। ତେବେ ନା ପ୍ରମୋସନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲା ନା ଷ୍ଟୋର ପାଇଁ ସାମଗ୍ରୀ ଯୋଗାଇ ଦିଆଗଲା ବୋଲି ଗୁପ୍ତା କହିଛନ୍ତି।

[caption id="attachment_657485" align="aligncenter" width="711"]Salman-Khan ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି।[/caption]

Advertisment

ସଲମାନ ଖାନ ବ୍ରାଣ୍ଡକୁ ପ୍ରମୋଟ୍ କରିବେ ବୋଲି ତାଙ୍କୁ ଭରସା ଦିଆଯାଇଥିଲା। ମାତ୍ର ସେମିତି କିଛି ହେଲା ନାହିଁ। କମ୍ପାନୀର ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରାଗଲା, ହେଲେ କିଛି ଫାଇଦା ହେଲା ନାହିଁ। ଯେଉଁ ଷ୍ଟୋରରୁ ସେ ଷ୍ଟୋକ ନେଉଥିଲେ ତାହା ୨୦୨୦ ଫେବୃଆରୀରୁ ବନ୍ଦ ପଡିଛି ବୋଲି ଦାବି କରିଛନ୍ତି।

ଶୋରୁମର ଉଦ୍‌ଘାଟନ ପାଇଁ ସଲମାନ ଖାନ ଆସିବେ ବୋଲି ତାଙ୍କୁ କୁହାଯାଇଥିଲା କିନ୍ତୁ ତାଙ୍କ ଭିଣୋଇ ଆୟୁଷ ଶର୍ମା ଆସିଲେ। ତେଣୁ ଅଳଙ୍କାର ବ୍ୟବସାୟୀ ଅରୁଣ ଗୁପ୍ତା ଏହି କେସ୍‌ରେ ସଲମାନ ଏବଂ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe