Advertisment

ତାଣ୍ଡବ ରଚୁଛି ବାତ୍ୟା 'ମିଗ୍‌ଜୋମ୍‌', ଫସିଲେ ଆମୀର ଖାନ୍‌

ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Aamir Khan

Aamir Khan

Advertisment

ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌। ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି। ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଆମୀର ଖାନ୍‌।

Advertisment

ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯୁଆଡେ ଚାହିଁବ ସିଆଡେ କେବଳ ପାଣି ଆଉ ପାଣି ଦୃଶ୍ୟମାନ ହେଉଛି। ଲୋକେ ଘରୁ ବାହାରିବା ମୁସକିଲ ହୋପଡିଛି। ଏପରିକି ଘରେ ମଧ୍ୟ ବର୍ଷା ପାଣି ପଶି ଯାଇଛି। ଫଳରେ ଲୋକେ ଘରେ ଏକ ପ୍ରକାର ବନ୍ଦୀ ହୋଇ ଅଛନ୍ତି। ଏହାରି ଭିତରେ ଅଭିନେତା ଆମୀର ଖାନ୍ ମଧ୍ୟ ଫସି ଯାଇଥିବା ଜଣାପଡିଛି। ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି।

ସୋଶାଲ ମିଡିଆରେ ବିଷ୍ଣୁ ବିଶାଲ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ ସହ ଆମୀର ଖାନ୍‌ଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ରେସ୍କ୍ୟୁ ଟିମ୍‌ ସହ ଆମୀର ଡଙ୍ଗାରେ ବସିଥିବା ନଜର ଆସିଛନ୍ତି। ଦୀର୍ଘ ୪ ଘଣ୍ଟା ପରେ ଏହି ଦୁଇ ଷ୍ଟାର୍‌ଙ୍କୁ ଉଦ୍ଧାର କରାଯାଇଛି।

Advertisment
Aamir khan stuck in Chennai Floodରେସ୍କ୍ୟୁ ଟିମ୍‌ ଆମୀର ଖାନ୍‌ ଓ ସାଉଥ ଅଭିନତା ବିଷ୍ଣୁ ବିଶାଲଙ୍କୁ ଉଦ୍ଧାର କରିଛନ୍ତି।

ନିକଟରେ ସାଉଥ ଅଭିନେତା ବିଷ୍ଣୁ ତାଙ୍କ ଘରେ ପାଣି ପଶିଯାଇଥିବା ଓ ମୋବାଇଲ୍‌ ନେଟ୍‌ଓ୍ୱର୍କ କି ଓ୍ୱାଇଫାଇ କାମ କରୁନଥିବା ନେଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସହାୟତା ମାଗିଥିଲେ। ଏହାପରେ ଉଦ୍ଧାରକାରୀ ଦଳ ଆଜି ତାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ସହ ଆମୀର ଖାନ୍‌ଙ୍କୁ ମଧ୍ୟ ରେସ୍କ୍ୟୁ କରିଛନ୍ତି। ଅଗ୍ନି ଓ ରେସ୍କ୍ୟୁ ଟିମ୍‌ ସହାୟତା ପାଇଁ ପହଞ୍ଚି ଥିବାରୁ ଉଦ୍ଧାରକାରୀ ଦଳଙ୍କୁ ସାଉଥ ସୁପରଷ୍ଟାର ବିଷ୍ଣୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିନେତା ଆମୀର ଖାନ୍‌ ଏବେ ଚେନ୍ନାଇରେ ଅଛନ୍ତି। ଚେନ୍ନାଇରେ ତାଙ୍କ ମା' ଜୀନତ ହୁସେନଙ୍କ ଚିକିତ୍ସା ଚାଲିଛି। ଏଥିପାଇଁ ଅକ୍ଟୋବର ମାସରୁ ଚେନ୍ନାଇକୁ ସିଫ୍ଟ ହୋଇଛନ୍ତି ଆମୀର। ଚେନ୍ନାଇକୁ ଯିବା ପରେ ଆମୀର ଦୀର୍ଘ ଦିନ ହେବ ବଲିଉଡ ଠାରୁ ଦୂରେଇ ଯାଇଥିବା କୁହାଯାଉଛି।

Bollywood News Aamir Khan Cyclone Michaung Chennai Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe