Advertisment

‘ଛିଛୋରେ’ର କ୍ରେଡିଟ୍‌ ନମିଳିବା ଯୋଗୁଁ ଅପ୍‌ସେଟ୍‌ ଥିଲେ ସୁଶାନ୍ତ!

ମୁମ୍ୱାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଏବେ ଜଣାଶୁଣା ଲେଖକ ଚେତନ ଭଗତ ଦାବି କରିଛନ୍ତି ଯେ ଫିଲ୍ମ ‘ଛିଛୋରେ’ର କ୍ରେଡିଟ୍‌ ନମିଳିବା ଯୋଗୁଁ ସୁଶାନ୍ତ ଦୁଃଖୀ ହୋଇଥିଲେ। ଏକ ସାକ୍ଷାତକାରରେ ଚେତନ କହିଛନ୍ତି ଯେ ଫିଲ୍ମ ‘ଛିଛୋରେ’ ସୁପରହିଟ୍‌ ହୋଇଥିଲା, କିନ୍ତୁ ଏହାର କ୍ରେଡିଟ୍‌ ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇ ନଥିଲା। ଏପରିକି ମିଡିଆର ଏକ ରିପୋର୍ଟରେ ସୁଶାନ୍ତଙ୍କୁ ‘ବ୍ଲାଇଣ୍ଡ ଆଇଟମ୍‌’ ବୋଲି […]

ଅଦ୍ୟତନ ହୋଇଛି
‘ଛିଛୋରେ’ର କ୍ରେଡିଟ୍‌ ନମିଳିବା ଯୋଗୁଁ ଅପ୍‌ସେଟ୍‌ ଥିଲେ ସୁଶାନ୍ତ!

chetan

Advertisment

ମୁମ୍ୱାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଏବେ ଜଣାଶୁଣା ଲେଖକ ଚେତନ ଭଗତ ଦାବି କରିଛନ୍ତି ଯେ ଫିଲ୍ମ ‘ଛିଛୋରେ’ର କ୍ରେଡିଟ୍‌ ନମିଳିବା ଯୋଗୁଁ ସୁଶାନ୍ତ ଦୁଃଖୀ ହୋଇଥିଲେ।

Advertisment

ଏକ ସାକ୍ଷାତକାରରେ ଚେତନ କହିଛନ୍ତି ଯେ ଫିଲ୍ମ ‘ଛିଛୋରେ’ ସୁପରହିଟ୍‌ ହୋଇଥିଲା, କିନ୍ତୁ ଏହାର କ୍ରେଡିଟ୍‌ ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇ ନଥିଲା। ଏପରିକି ମିଡିଆର ଏକ ରିପୋର୍ଟରେ ସୁଶାନ୍ତଙ୍କୁ ‘ବ୍ଲାଇଣ୍ଡ ଆଇଟମ୍‌’ ବୋଲି ଲେଖାଯାଇଥିଲା, ଯାହାକୁ ନେଇ ସେ ଅପ୍‌ସେଟ୍‌ ଥିଲେ।

ଚେତନ ଆହୁରି ମଧ୍ୟ କହିଛନ୍ତି, ‘ଫିଲ୍ମ ‘କାଇ ପୋ ଚେ’ର ସକ୍ସେସ୍‌ ପାର୍ଟିରେ ମୋର ସୁଶାନ୍ତଙ୍କ ସହ ପ୍ରଥମ ଦେଖା ହୋଇଥିଲା। ସେଠାରେ ସେ ମୋତେ ଓଜନ କମାଇବା ପାଇଁ ଫିଟ୍‌ନେସ୍‌ ଟିପ୍ସ ଦେଇଥିଲେ। କିଛି ୱାର୍କଆଉଟ୍‌ ଫଲୋ କରିବା ପାଇଁ ସେ ମୋତେ କହିଥିଲେ।’

Advertisment

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମାମଲା ତଦନ୍ତ ଏବେ ସିବିଆଇ କରୁଛି। ଗତକାଲି ସିବିଆଇ ଟିମ୍‌ ସୁଶାନ୍ତ ଦୁଇ ମାସ ବିତାଇଥିବା ୱାଟରଷ୍ଟୋନ୍‌ ରିଜୋର୍ଟ ଦୁଇଘଣ୍ଟା କାଳ ପଚରାଉଚରା କରିଥିଲା। ଏହି ରିଜୋର୍ଟରେ ଥିବା ସମୟରେ ସୁଶାନ୍ତଙ୍କ ବ୍ୟବହାର କିପରି ରହିଥିଲା, ଟିମ୍‌ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିଛି।

ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ରୋଷେୟା ନିରଜ ଓ ସହାୟକ‌ ଦୀପେଶ ସାୱାନ୍ତଙ୍କୁ ସିବିଆଇ ଜେରା କରିଛି। ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ମଧ୍ୟ ସିବିଆଇ ଜେରା କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe