ଏହି ଭାରତୀୟ ଫିଲ୍ମକୁ ମିଳିଲା ଓସ୍କାର ଏଣ୍ଟ୍ରୀ

ମୁମ୍ବାଇ: ବଲିଉଡ ଓ ଟଲିଉଡର ଅନେକ ଫିଲ୍ମକୁ ମାତ ଦେଇ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ବିଧିବଦ୍ଧ ଭାବେ ଓସ୍କାର ୨୦୨୩ରେ ପ୍ରବେଶ କରିଛି। ଛେଲୋ ଶୋ’ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ପୁରସ୍କାର ଦୌଡ଼ରେ ନିଜକୁ ସାମିଲ କରିବାକୁ ସକ୍ଷମ ହୋଇଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଆଞ୍ଚଳିକ ଭାଷାର ଫିଲ୍ମକୁ ମନୋନୀତ କରାଯାଇଛି। ଏହି ଗୁଜରାଟୀ ଫିଲ୍ମର ଇଂରାଜୀ ଟାଇଟଲ ହେଉଛି ଲାଷ୍ଟ ଫିଲ୍ମ ଶୋ’। ଆସନ୍ତାବର୍ଷ ମାର୍ଚ୍ଚ ମାସରେ […]

oscar

  • Published: Tuesday, 20 September 2022
  • , Updated: 20 September 2022, 09:18 PM IST

ମୁମ୍ବାଇ: ବଲିଉଡ ଓ ଟଲିଉଡର ଅନେକ ଫିଲ୍ମକୁ ମାତ ଦେଇ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ବିଧିବଦ୍ଧ ଭାବେ ଓସ୍କାର ୨୦୨୩ରେ ପ୍ରବେଶ କରିଛି। ଛେଲୋ ଶୋ’ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ପୁରସ୍କାର ଦୌଡ଼ରେ ନିଜକୁ ସାମିଲ କରିବାକୁ ସକ୍ଷମ ହୋଇଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଆଞ୍ଚଳିକ ଭାଷାର ଫିଲ୍ମକୁ ମନୋନୀତ କରାଯାଇଛି।

ଏହି ଗୁଜରାଟୀ ଫିଲ୍ମର ଇଂରାଜୀ ଟାଇଟଲ ହେଉଛି ଲାଷ୍ଟ ଫିଲ୍ମ ଶୋ’। ଆସନ୍ତାବର୍ଷ ମାର୍ଚ୍ଚ ମାସରେ ୯୫ତମ ଏକେଡେମୀ ପୁରସ୍କାର ଉତ୍ସବ (ଓସ୍କାର)ରେ ଏହି ଫିଲ୍ମ ସାମିଲ ହୋଇଛି। ବେଷ୍ଟ ଇଣ୍ଟରନ୍ୟାଶଲ ଫିଚର ଫିଲ୍ମ ବର୍ଗରେ ଛେଲୋ ଶୋ’କୁ ଚୟନ କରାଯାଇଛି।

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଭଳି ଅନେକ ସୁପର ହିଟ୍‌ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ସମସ୍ତଙ୍କୁ ପାନ ନଳୀନଙ୍କ ନିର୍ଦ୍ଦେଶିତ ଫିଲ୍ମ ଛେଲୋ ଶୋ’ ପଛରେ ପକାଇ ଦେଇଛି।

ଛେଲୋ ଶୋ’ ଆସନ୍ତା ଅକ୍ଟୋବର ୧୪ରେ ଇଂରାଜୀ ଭାଷାର ଟାଇଟଲ ‘ଲାଷ୍ଟ ଫିଲ୍ମ ଶୋ’ ନାଁରେ ସାରା ଦେଶର ଥିଏଟରରେ ମୁକ୍ତିଲାଭ କରିବ। ଜୁନ ୨୦୨୧ରେ ଏହାର ବିଶ୍ୱ ପ୍ରିମିୟର ହୋଇଥିଲା। ପାନ ନାଲିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଭବିନ ରାବରୀ, ଭବେଶ ଶ୍ରୀମାଲି, ରିଚା ମୀନା, ଦିପେନ ରାଭଲ ଓ ପରେଶ ମେହେଟ୍ଟା ପ୍ରମୁଖ ରହିଛନ୍ତି।


ଛେଲୋ ଶୋ' ହେଉଛି ଜଣେ ୯ ବର୍ଷର ଛୋଟ ପିଲାର ଜୀବନର କାହଣୀକୁ ନେଇ ଗତିଶୀଳ। ପିଲାଟି ଦିନରୁ ସିନେମା ପ୍ରତି ତା’ର ଅହେତୁକ ଆଗ୍ରହ ରହିଛି। ସେ ଫିଲ୍କ ତିଆରି କରିବାକୁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଏହି ସମୟରେ ତା’ ସହ କ’ଣ ସବୁ ଘଟୁଛି ଓ ସେ କେମିତି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି, ସେସବୁ ସିନେମାରେ ନିର୍ଦ୍ଦେଶକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ରୟ କପୁର ଓ ଅରେଞ୍ଜ ଷ୍ଟୁଡିୟ ପକ୍ଷରୁ ଫିଲ୍ମଟିକୁ ପ୍ରଯୋଜନା କରାଯାଇଛି।

ନିର୍ଦ୍ଦେଶକ ପାନ ନଳୀନ ପୂର୍ବରୁ Angry Indian Goddesses, ସମସାରା ଓ ଭ୍ୟାଲି ଅଫ ଫ୍ଲାୱାର୍ସ ଭଳି ଫିଲ୍ମ ତିଆରି କରିଥିଲେ।

Related story