Advertisment

ମନ୍ଦିରରେ କ୍ରିତିଙ୍କୁ କିସ୍‌ କଲେ ନିର୍ଦ୍ଦେଶକ, ପୂଜକ କହିଲେ- ହୋଟେଲ ପଳା

ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ବିଜେପି ରାଜ୍ୟ ସଚିବ ବି ଏହାକୁ ନେଇ କଡ଼ା ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି। ଯେଉଁ ମନ୍ଦିରକୁ ସ୍ୱାମୀ ସ୍ତ୍ରୀ ଏକାଠି ଆସନ୍ତି ନାହିଁ, ସେପରି ପବିତ୍ର ସ୍ଥଳରେ ଏପରି ନ କରି ହୋଟେଲ ରୁମ୍‌ ପଳା ବୋଲି ଆକ୍ଷେପ କରି କୁହାଯାଇଛି ।

author-image
Niharika Rout
stars

stars

ବିଗ୍‌ ବଜେଟ ଫିଲ୍ମ ‘ଆଦିପୁରୁଷ’ ର ରିଲିଜ ଡେଟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ବିବାଦ ଘନେଇବାର ଲାଗିଛି। ଫିଲ୍ମର ପ୍ରଚାର ସମୟରେ ଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଇଥିବା ନିର୍ଦ୍ଦେଶକ ଅଭିନେତ୍ରୀ କ୍ରିତି ସାନନଙ୍କ ଗାଲକୁ କିସ୍‌ କରିଦେବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଏପରିକି ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ବିଜେପି ରାଜ୍ୟ ସଚିବ ବି ଏହାକୁ ନେଇ କଡ଼ା ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି। ଯେଉଁ ମନ୍ଦିରକୁ ସ୍ୱାମୀ ସ୍ତ୍ରୀ ଏକାଠି ଆସନ୍ତି ନାହିଁ, ସେପରି ପବିତ୍ର ସ୍ଥଳରେ ଏପରି ନ କରି ହୋଟେଲ ରୁମ୍‌ ପଳା ବୋଲି ଆକ୍ଷେପ କରି କୁହାଯାଇଛି ।

Advertisment

ପ୍ରଭାସ ଓ କ୍ରିତି ସାନନ ଷ୍ଟାରର ତଥା ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ସିନେମା ଘରରେ ରିଲିଜି ହେବ । ଏହାପୂର୍ବରୁ ଫିଲ୍ମରର ଷ୍ଟାରକାଷ୍ଟ ଆନ୍ଧ୍ରପ୍ରଦେଶରେ ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ମନ୍ଦିର ଦର୍ଶନ କରିବାକୁ ବି ଭୁଲୁ ନାହାନ୍ତି।

ମଙ୍ଗଳବାର ଫିଲ୍ମର ନିର୍ମାତା ଓ ଷ୍ଟାରକାଷ୍ଟ ତିରୁପତି ମନ୍ଦିରରେ ଫିଲ୍ମର ଟ୍ରେଲର ଲଞ୍ଚ କରିଥିଲେ। ଏହାପରେ ଫିଲ୍ମ ଟିମ୍‌ ନିକଟରେ ଥିବା ଭେଙ୍କଟେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଦର୍ଶନ ସାରି କ୍ରିତି ସାନନ ବାହାରକୁ ଯିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତଙ୍କୁ ଆଳିଙ୍ଗନ କରିଥିଲେ। ଓମ୍‌ ରାଉତ ମଧ୍ୟ ତାଙ୍କୁ ଆଳିଙ୍ଗନ କରିବା ସହ ତାଙ୍କ ଗାଲକୁ କିସ୍‌ କରି ଦେଇଥିଲେ।

Advertisment

ଉଭୟଙ୍କ ଏପରି କାମ ପାଇଁ ଏବେ ନୂଆ ବିବାଦ ଛିଡ଼ା ହୋଇଛି। ମନ୍ଦିର ପରି ପବିତ୍ର ସ୍ଥାନରେ ଏପରି କାର୍ଯ୍ୟ ହେତୁ ଲୋକଙ୍କ ଭାବନା ଆଘାତ ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ଅନେକ ଲୋକ ନିର୍ଦ୍ଦେଶକଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।

ଆନ୍ଧ୍ରପ୍ରଦେଶର ବିଜେପି ରାଜ୍ୟ ସଚିବ ରମେଶ ନାଇଡୁ ଟ୍ୱିଟ କରି ଉଭୟଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଲେଖିଛନ୍ତି ମନ୍ଦିର ପରି ପବିତ୍ର ସ୍ଥାନରେ ଏପରି କାର୍ଯ୍ୟ କରିବା ଆବଶ୍ୟକ କି ? ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ଏପରି ଚୁମ୍ବନ ଓ ଆଳିଙ୍ଗନ ଆଦୌ ଗ୍ରହଣୀୟ ଓ ବରଦାସ୍ତ ନୁହଁ । ଏହା ଭଗବାନଙ୍କ ପ୍ରତି ତଥା ଭଗବାନଙ୍କ ପ୍ରତି ବିଶ୍ୱାସ ରଖିଥିବା ଲୋକଙ୍କ ଆସ୍ଥା ପ୍ରତି କୁଠାରଘାତ । ତେବେ କିଛି ସମୟ ପରେ ରମେଶ ନାଇଡୁ ନିଜ ଟ୍ୱିଟକୁ ଡିଲିଟ କରି ଦେଇଥିବା ଜଣାଯାଇଛି।

ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ଏପରି ଆଚରଣକୁ ତୀବ୍ର ବିରୋଧ କରିଛନ୍ତି। ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି। ଏହି ମନ୍ଦିରକୁ ସ୍ୱାମୀ ସ୍ତ୍ରୀ ଏକାଠି ଆସି ନ ଥାନ୍ତି। ତେଣୁ ତୁମେ ଏକ ହୋଟେଲ ରୁମ୍‌କୁ ଯାଇ ମନ ଇଚ୍ଛା କାମ କରିବା ଉଚିତ ବୋଲି ସେ କହିଛନ୍ତି। ତୁମମାନଙ୍କ ବ୍ୟବହାର ରାମାୟଣ ଓ ମାତା ସୀତାଙ୍କୁ ଅପମାନ ସଦୃଶ ବୋଲି ସେ କହିଛନ୍ତି।

Entertainment Prabhas