ଇତିହାସ ରଚିଲେ ସାଉଥ ଅଭିନେତା ଚିରଞ୍ଜୀବୀ। ଗିନିଜ ଓ୍ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ। ସବୁଠାରୁ ସଫଳ ତଥା ଦକ୍ଷ ଫିଲ୍ମ ଷ୍ଟାର ରୂପେ ସେ ଏଥିରେ ସ୍ଥାନ ପାଇଛନ୍ତି। ମେଗାଷ୍ଟାର ରୂପେ ପରିଚିତ ଚିରଞ୍ଜୀବୀଙ୍କୁ ବଲିଉଡ ଅଭିନେତା ଆମୀର ଖାନ୍ଙ୍କ ଉପସ୍ଥିତିରେ ଗିନିଜ ଓ୍ୱାର୍ଲ୍ଡ ରେକର୍ଡର ପ୍ରତିନିଧିମାନେ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ଏହି ସାର୍ଟିଫିକେଟରେ ଉଲ୍ଲେଖ ଯେ, ଅଭିନେତା ତଥା ନୃତ୍ୟଶିଳ୍ପୀ କୋନିଡେଲା ଚିରଞ୍ଜୀବୀ ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ତାରକା। ସେ ୨୦ ସେପ୍ଟେମ୍ବର ୨୦୨୪ରେ ଏହି ସଫଳତା ହାସଲ କରିଛନ୍ତି। ହାଇଦ୍ରାବଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିରଞ୍ଜୀବୀଙ୍କୁ ସମ୍ମାନୀତ କରାଯାଇଛି।
ଚିରଞ୍ଜୀବୀଙ୍କ ଦମ୍ଦାର ଡ୍ୟାନ୍ସ ସ୍କିଲ୍ର ପ୍ରଶଂସା କରି ଅଭିନେତା ଆମୀର ଖାନ୍ କହିଛନ୍ତି, 'ଯଦି ଆପଣଙ୍କ ତାଙ୍କର ଯେକୌଣସି ବି ଗୀତ ଦେଖନ୍ତି, ତେବେ ଆପଣ ଜାଣିବେ ଯେ ସେ କେଉଁ ପ୍ରକାରର ମହାନ୍ ଡ୍ୟାନ୍ସର। ସେ ଭରପୁର ଉପଭୋଗ କରି ନାଚନ୍ତି। ଏଥିରେ ନିଜକୁ ହଜାଇ ଦିଅନ୍ତି। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଦିଓ୍ୱାନା କରେ। ଆମ ଆଖି ତାଙ୍କ ଉପରୁ ହଟେ ନାହିଁ। ଆମେ ସମସ୍ତେ ମଧ୍ୟ ତାଙ୍କ ଡ୍ୟାନ୍ସର ପ୍ରଶଂସକ ଅଟୁ।'
#WATCH | Hyderabad, Telangana: Film star Chiranjeevi Konidela enters in Guinness World Record, gets most prolific star in Indian film industry actor, dancer award pic.twitter.com/tCxcVEvAQK
— ANI (@ANI) September 22, 2024
ସେପଟେ ଚିରଞ୍ଜୀବୀ ଗିନିଜ ଓ୍ୱାର୍ଲ୍ଡ ରେକର୍ଡର ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଏହି ଗିନିଜ ଓ୍ୱାର୍ଲ୍ଡ ରେକର୍ଡ ମିଳିବ ବୋଲି ସେ କେବେ ଆଶା କରିନଥିଲେ ବୋଲି କହିଛନ୍ତି।
ଚିରଞ୍ଜୀବୀ ଓରଫ୍ କୋନିଡେଲା ଶିବଶଙ୍କର ବରପ୍ରସାଦ। ପ୍ରାୟ ୫ ଦଶନ୍ଧି ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଡେବ୍ୟୁ କରିଥିଲେ। ୪୬ ବର୍ଷର ଫିଲ୍ମ କ୍ୟାରିୟର୍ ଭିତରେ ଚିରଞ୍ଜୀବୀ ୧୪୩ଟି ଫିଲ୍ମରେ ୫୩୭ ଗୀତରେ ୨୪,୦୦୦ ଡ୍ୟାନ୍ସ ମୁଭ୍ କରିଛନ୍ତି। ଅଭିନୟ ବ୍ୟତୀତ ଚିରଞ୍ଜୀବୀ ରାଜନୀତିରେ ପ୍ରବେଶ କରି ସାଂସଦ ରୂପେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।