Advertisment

ହାତକୁ ଦି ହାତ ହେବେ 'ଚକ୍‌ ଦେ ଇଣ୍ଡିଆ' ଗାର୍ଲ ଚିତ୍ରାଶୀ

ଆଉ ଦିନକ ପରେ ଚିତ୍ରାଶୀଙ୍କ ପଡ଼ିବ ହାତଗଣ୍ଠି।

ଅଦ୍ୟତନ ହୋଇଛି
Chitrashi rawat

Chitrashi rawat

Advertisment

ବଲିଉଡରେ ଜାରି ରହିଛି ବିବାହ ଯୁଗ। ଗୋଟିଏ ପରେ ଗୋଟିଏ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ନିକଟରେ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କୁ ବିବାହ କରିଛନ୍ତି। ଆଗକୁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ବିବାହ କରିବାକୁ ଯାଉଛନ୍ତି। ଏବେ ଏହି ତାଲିକାରେ ଶାହରୁଖଙ୍କ ସୁପରହିଟ୍‌ ଫିଲ୍ମ 'ଚକ୍‌ ଦେ ଇଣ୍ଡିଆ'ର ଅଭିନେତ୍ରୀ ଚିତ୍ରାଶୀ ରାଓ୍ୱତଙ୍କ ନାଁ ମଧ୍ୟ ସାମିଲ ହୋଇଛି। ସେ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି।

Advertisment

ଆଉ ଦିନକ ପରେ ଚିତ୍ରାଶୀଙ୍କ ପଡ଼ିବ ହାତଗଣ୍ଠି। ଫେବ୍ରୁଆରୀ ୪ ତାରିଖରେ ସେ ତାଙ୍କ ବୟଫ୍ରେଣ୍ଡ ଧ୍ରୁବାଦିତ୍ୟ ଭାଗୱନାନୀଙ୍କୁ ବିବାହ କରିବେ। ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ହେବ ଉଭୟଙ୍କ ବିବାହ। ବନ୍ଧୁବାନ୍ଧବ ଓ ଉଭୟଙ୍କ ପରିବାର ଲୋକଙ୍କ ଗହଣରେ ଦୁହେଁ ସାତ ଫେରା ନେବେ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଚିତ୍ରାଶୀ କହିଛନ୍ତି, ବିବାହର ଗୋଟିଏ ଦିନ ପୂର୍ବରୁ ହଲଦି, ମେହେନ୍ଦୀ, କକ୍‌ଟେଲ ପାର୍ଟି ଏବଂ ନିର୍ବନ୍ଧ ଛତିଶଗଡ଼ର ବିଲାସପୁରରେ ହେବ। ଏହା ପରେ ଫେବ୍ରୁଆରୀ ୪ରେ ମଧ୍ୟାହ୍ନରେ ସେ ଧ୍ରୁବାଦିତ୍ୟଙ୍କୁ ବିବାହ କରି‌ବେ। ସେ ଏବଂ ତାଙ୍କ ପ୍ରେମିକ କୋର୍ଟରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ‌ଲୋକ ବଡ଼ ଆକାରରେ ବିବାହର ଆୟୋଜନ କରିବାକୁ ଚାହୁଁଥିବାରୁ ଦୁହେଁ ଏବେ ଗ୍ରାଣ୍ଡ ଓ୍ୱେଣ୍ଡିଂ କରିବାକୁ ଯାଉଥିବା ଚିତ୍ରାଶୀ କହିଛନ୍ତି।

Advertisment

ଚିତ୍ରାଶୀ ଆହୁରି କରିଛନ୍ତି ଯେ ଡିସେମ୍ବର ମଧ୍ୟଭାଗରେ ବିବାହ ତାରିଖ ଠିକ ହୋଇଥିଲା କିନ୍ତୁ କୌଣସି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତାଙ୍କର ଘନିଷ୍ଠ ବନ୍ଧୁ ଓ ପରିବାର ଏହି ବିବାହ ଉତ୍ସବରେ ଯୋଗଦେବେ।

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଚିତ୍ରାଶୀ। ତାଙ୍କୁ ଏହି ଫିଲ୍ମର ମିଳିଥିଲା ବେଶ୍‌ ଲୋକପ୍ରିୟତା। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଥିଲା କୋମଲ ଚୌଟାଲା।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe