Advertisment

ଫେମସ୍‌ କୋରିଓଗ୍ରାଫର୍‌ଙ୍କୁ ଝଟ୍‌କା, ଫେରାଇ ନିଆଗଲା ଜାତୀୟ ପୁରସ୍କାର

ଦୁଷ୍କର୍ମ ଅଭିଯୋଗରେ କୋରିଓଗ୍ରାଫର ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି।

author-image
Madhupriya Mistry
Jani Master

Jani Master

ଫିଲ୍ମ 'ସ୍ତ୍ରୀ-୨'ର ସୁପରହିଟ୍‌ ଗୀତ 'ଆଇ ନହିଁ…'ର ଫେମସ୍‌ କୋରିଓଗ୍ରାଫରଙ୍କ ବଢ଼ିଲା ଅଡୁଆ। ଶେଖ ଜାନି ବାଶା ଓରଫ୍ ଜାନି ମାଷ୍ଟରଙ୍କ ଅଡୁଆ ଥମିବାର ନାଁ ନେଉ ନାହିଁ। ଦୁଷ୍କର୍ମ ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। 'ମେଘମ୍ କାରୁକଥା' ଗୀତ ପାଇଁ 'ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରି ନିଆଯାଇଛି।

Advertisment

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବୟାନ ଜାରି କରି ଘୋଷଣା କରିଛି ଯେ ଜାନି ମାଷ୍ଟରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରତ୍ୟାହାର କରିନିଆଯାଇଛି। ଏହା ବ୍ୟତୀତ ଜାନି ମାଷ୍ଟରଙ୍କୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବାକୁ ଦିଆଯାଇଥିବା ନିମନ୍ତ୍ରଣ ମଧ୍ୟ ବାତିଲ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ଜାନି ମୁଷ୍ଟରଙ୍କୁ ଜାତୀୟ ପୁରସ୍କାର ମିଳିବ ନାହିଁ କିମ୍ବା ସେ ଏହି ସମାରୋହରେ ଯୋଗ ଦେଇ ପାରିବେ ନାହିଁ।

କହିରଖୁ ଯେ, ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଅର୍ଥାତ୍ ଶେଖ ଜାନି ବାଶାଙ୍କ ଉପରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। POCSO ଅଧୀନରେ ଏହି ମାମଲା ପଞ୍ଜୀକୃତ ହେବା ପରେ ସ୍ପେଶାଲ ଅପରେସନ୍ ଟିମ୍ (SOT) ତାଙ୍କୁ ୧୯ସେପ୍ଟେମ୍ବରରେ ଗୋଆରୁ ଗିରଫ କରିଥିଲା।

Advertisment

ସୂଚନା ମୁତାବକ, ଅକ୍ଟୋବର ୪ ରେ କୋର୍ଟ ଜାନି ମାଷ୍ଟରଙ୍କୁ ଅକ୍ଟୋବର ୬ରୁ ୧୦ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ଜାମିନର ସର୍ତ୍ତ ଥିଲା ଯେ କୋରିଓଗ୍ରାଫର ଅକ୍ଟୋବର ୧୦ ତାରିଖ ସକାଳ ସାଢ଼େ ୧୦ଟା ସୁଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବେ। ଅକ୍ଟୋବର ୮ରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେବା ପାଇଁ କୋରିଓଗ୍ରାଫରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା।

Pocso Case National Film Award Choreographer Jani Master