ଚାଲିଗଲେ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହୃଦ୍‌ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ […]

Raju

Madhupriya Mistry
  • Published: Wednesday, 21 September 2022
  • , Updated: 21 September 2022, 05:59 PM IST

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ 'ଗଜୋଧର ଭୟା' ଓରଫ୍‌ ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହୃଦ୍‌ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା।

ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ରାଜୁ। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କିନ୍ତୁ ତାଙ୍କ ଚେତା ଫେରିନଥିଲା। ସେ କୋମାକୁ ଚାଲି ଯାଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।

କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ। ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା। ଏମିତିକି ତାଙ୍କ ଚେତା ଫେରୁନଥିଲା। ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା। ତାଙ୍କୁ ବାରମ୍ବାର ଜ୍ୱର ହେଉଥିଲା। ତେଣୁ ଇନ୍‌ଫେକସନ୍‌ ଭୟରେ ରାଜୁଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ମଧ୍ୟ ଡାକ୍ତରମାନେ ଅନୁମତି ଦେଇନଥିଲେ।

୪୧ ଦିନ ଧରି ଭେଣ୍ଟିଲେଟର୍‌ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା। ଏହାକୁ ନେଇ ଚିନ୍ତିିତ ଥିଲେ ଡାକ୍ତର। ଶେଷରେ ଆଜି ସେ ନିଜ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି।

ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, 'ଫିଲ୍ମ ଜଗତରେ ନିଜର ହାସ୍ୟରସ ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଆମର ପ୍ରିୟ ବିଜେପି ନେତା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ।ତାଙ୍କ ମୃତ୍ୟୁ କଳା ଏବଂ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।'

https://twitter.com/DrKumarVishwas/status/1572454582000943104?s=20&t=7jZQHZzxqk8FjU8KOqAKAg

ସେପଟେ ରାଜୁଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବଲିଉଡ ଠାରୁ ଆରମ୍ଭ କରି ଟେଲିଭିଜନ ଇଣ୍ଡଷ୍ଟ୍ରି ସବୁଠି ଶୋକରଛାୟା ଖେଳିଯାଇଛି। କେହି ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୋଶାଲ ମିଡିଆରେ ଫ୍ୟାନ୍‌ମାନଙ୍କ ଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବ ବି-ଟାଉନର ବେଶ୍‌ ଜଣାଶୁଣା କମେଡି ଷ୍ଟାର୍‌ ଥିଲେ। ସେ ଅନେକ ଫିଲ୍ମ ଆଉ ଟିଭି ଶୋ'ରେ କାମ କରିଛନ୍ତି। ରିଆଲିଟି ଶୋ'ରେ ମଧ୍ୟ ରାଜୁ ଭାଗ ନେଇଥିଲେ। କମେଡି ଶୋ' 'ଦି ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫଟର୍‌ ଚ୍ୟାଲେଞ୍ଜ'ରେ କିନ୍ତୁ ରାଜୁକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ।

ଏହି ଶୋ'ରୁ ମିଳିଥିବା ସଫଳତା ପରେ ରାଜୁ ଆଉ କେବେବି ପଛକୁ ବୁଲି ଚାହିଁନଥିଲେ। ରାଜୁ ଶ୍ରୀବାସ୍ତବ ୧୯୮୦ରୁ ବଲିଉଡ୍‌ ସହ ଯୋଡ଼ି ହୋଇ ରହିଥିଲେ।  ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଅନେକ ହିଟ୍‌ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା।  ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ସେ ନଜର ଆସିଥିଲେ। ସେ ଜଣେ ଅଭିନେତା ଓ କେମଡିଆନ୍‌ ହେବା ସହ ଜଣେ ଭଲ ନେତା ମଧ୍ୟ ଥିଲେ। ସେ ବିଜେପି ସହ ଯୋଡି ହୋଇଥିଲେ।

https://twitter.com/ANI/status/1572452009852411906?s=20&t=M9eJEoTOPgmJGG7lZ1AXVQ

Related story