KAPIL-SHARMA
ମୁମ୍ୱାଇ: ଷ୍ଟାଣ୍ଡ ଅଫ୍ କମେଡି କିଙ୍ଗ୍ କପିଲ ଶର୍ମା ହ୍ୱିଲ୍ ଚେୟାରରେ। ସୋମବାର ମୁମ୍ୱାଇ ବିମାନବନ୍ଦରରେ ତାଙ୍କୁ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଥିଲା। ବିମାନ ବନ୍ଦରରେ କପିଲଙ୍କୁ ଏଭଳି ଦେଖି ଫ୍ୟାନ୍ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ହେଲେ କେଉଁ କାରଣ ପାଇଁ ସେ ହ୍ୱିଲ୍ ଚେୟାରରେ ବସିଥିଲେ ଏବଂ ତାଙ୍କୁ ଜଣେ ବ୍ୟକ୍ତି ପିପିଇ କିଟ୍ ପିନ୍ଧି ଠେଲି ଠେଲି ନେଉଥିଲେ, ତାହା ଜଣାପଡ଼ିନି। ଏମିତିକି କପିଲ୍ ମଧ୍ୟ ଏ ବାବଦରେ ପ୍ରତିକ୍ରିୟା ରଖି ନାହାନ୍ତି।
[caption id="attachment_621523" align="aligncenter" width="650"]
ବିମାନ ବନ୍ଦରରେ କପିଲ୍ ଶର୍ମା[/caption]
କପିଲ ଶର୍ମା ଏକ କଳା ରଙ୍ଗର ଚଷମା, ଜ୍ୟାକେଟ୍ ଓ ପ୍ୟାଣ୍ଟ ଥିବା ଦେଖିବାକୁ ମିଳିଥିଲା। ଫ୍ୟାନମାନେ ମଧ୍ୟ ହ୍ଲିଲ୍ ଚେୟାରରେ କାହିଁକି ବସିଛନ୍ତି ବୋଲି କପିଲଙ୍କୁ ପଚାରିଥିଲେ। ହେଲେ କପିଲ୍ କୌଣସି ଉତ୍ତର ଦେଇ ନଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କପିଲ୍ ଶର୍ମାଙ୍କ କମେଡି ଶୋ’ ଏବେ ଟିଭିରେ ବନ୍ଦ ରହିଛି। ଖବୁଶୀଘ୍ର ନୂଆ ଆଇଡିଆ ସହ ଟିଭିରେ ଏଣ୍ଟ୍ରି ମାରିବେ ବୋଲି ସୂଚନା ରହିଛି।
ଗତ ମାସରେ ଦ୍ୱିତୀୟ ଥର ପାଇଁ ବାପା ମଧ୍ୟ ହୋଇଛନ୍ତି କପିଲ। ସେ ଏବେ ଗୋଟିଏ ଝିଅ ଓ ପୁଅର ବାପା। ଶୋ’ ବନ୍ଦ ହେବା ପରେ କପିଲ ଏବେ ପରିବାର ସହିତ ସମୟ ବିତାଉଥିବା ସୂଚନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/KAPIL-SHARMA.jpg)