ମା’ ହେଲେ ଆଲିଆ ଭଟ୍ଟ, ଘରକୁ ଆସିଲା କୁନି ଅତିଥି

ମୁମ୍ବାଇ: ମା’ ହେଲେ ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ। କପୁର ବଂଶକୁ ଆସିଲା କୁନି ଅତିଥି । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବଲିଉଡର ମୋଷ୍ଟ ଲଭିଂ କପୁଲ ରଣବୀର ଓ ଆଲିଆ ବାପା-ମା’ ହୋଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ରଣବୀର କପୁର ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ହିଁ ସେ ତାଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣବୀର ଓ ଆଲିଆଙ୍କ ଘରକୁ ନୂଆ ସଦସ୍ୟ ଆସିବା ପରେ ପୂରା କପୁର ଓ ଭଟ୍ଟ ପରିବାରରେ ଉତ୍ସବର ମାହୋଲ ଆରମ୍ଭ ହୋଇଛି।

ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଚଳିତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ। ତେବେ ବିବାହର ଦୁଇ ମାସ ପରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଏହି ଷ୍ଟାର୍ ଦମ୍ପତି। ଏହାକୁ ନେଇ ବି-ଟାଉନରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେ ବିବାହ ପୂର୍ବରୁ କୁଆଡେ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।