‘କଶ୍ମୀର ଫାଇଲ୍ସ’ ପରେ ‘ମାଫି ଫାଇଲ୍ସ’, ବିବେକ ଅଗ୍ନିହୋତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ୍‌

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପିଛା ଛାଡୁନି ବିବାଦ। ଥମିବାର ନାଁ ନେଉନାହିଁ ତାଙ୍କ ଅସୁବିଧା। ମଙ୍ଗଳବାର ହାଇକୋର୍ଟର ଜଣେ ବିଚାରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦିଲ୍ଲୀ ହାଇକୋର୍ଟ ସହ ଜଡିତ ଅପରାଧିକ ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀ କୋର୍ଟରେ ହାଜର ହୋଇଥିଲେ। ଅଗ୍ନିହୋତ୍ରୀ ଏକ ଆଫିଡେଭିଟ୍ ମାଧ୍ୟମରେ ତାଙ୍କ ବିବୃତ୍ତି ପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ପରେ ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। ଫିଲ୍ମ ନିର୍ଦ୍ଦେଶକ ଏଭଳି […]

vivek-agnihotri

Madhupriya Mistry
  • Published: Wednesday, 07 December 2022
  • , Updated: 07 December 2022, 12:14 PM IST

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପିଛା ଛାଡୁନି ବିବାଦ। ଥମିବାର ନାଁ ନେଉନାହିଁ ତାଙ୍କ ଅସୁବିଧା। ମଙ୍ଗଳବାର ହାଇକୋର୍ଟର ଜଣେ ବିଚାରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦିଲ୍ଲୀ ହାଇକୋର୍ଟ ସହ ଜଡିତ ଅପରାଧିକ ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀ କୋର୍ଟରେ ହାଜର ହୋଇଥିଲେ। ଅଗ୍ନିହୋତ୍ରୀ ଏକ ଆଫିଡେଭିଟ୍ ମାଧ୍ୟମରେ ତାଙ୍କ ବିବୃତ୍ତି ପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ପରେ ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ।

ଫିଲ୍ମ ନିର୍ଦ୍ଦେଶକ ଏଭଳି କ୍ଷମା ମାଗିବା ପରେ ଏବେ କଂଗ୍ରେସ ତାଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ନେତାଙ୍କୁ ସୁପ୍ରିୟା ଶ୍ରୀନେଟ୍ କହିଛନ୍ତି, ଏବେ ସହରରରେ ନୂଆ କ୍ଷମାପ୍ରାର୍ଥନାକାରୀ ଆସିଛି। ଏଥିସହ ତାଙ୍କୁ ସେ କଶ୍ମୀର ଫାଇଲ୍ସ ପରେ ମାଫି ଫାଇଲ୍ସ ତିଆରି କରିବାକୁ ଦାବି କରିଛନ୍ତି। ଦ କଶ୍ମୀର ଫାଇଲ୍ସକୁ ଟାର୍ଗେଟ୍ କରି କଂଗ୍ରେସ ନେତ୍ରୀ ନିଜ ଟ୍ୱିଟ୍‌ରେ ବିବେକ ଅଗ୍ନିହୋତ୍ରୀଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

ସୁପ୍ରିୟା ନିଜ ଟ୍ୱିଟ୍‌ରେ କହିଛନ୍ତି, ସହରକୁ ନୂଆ କ୍ଷମାପ୍ରାର୍ଥନାକାରୀ ଆସିଛନ୍ତି। ଘୃଣାକାରୀ ଚିଣ୍ଟୁ ହାଇକୋର୍ଟରେ କ୍ଷମା ମାଗିଛନ୍ତି! କୋର୍ଟ ସାମ୍ନାରେ ମିଛ ମଧ୍ୟ କହିଛନ୍ତି! ଟ୍ୱିଟ୍ ସେ ଡିଲିଟ୍ କରିଥିବା ନେଇ ସେ ମିଛ କହିଛନ୍ତି! ପ୍ରକୃତରେ ତାଙ୍କ ଟ୍ୱିଟ୍‌କୁ ଟ୍ୱିଟର୍ ଡିଲିଟ୍ କରିଥିଲା! ତେଣୁ ଏକ ‘ମାଫି ଫାଇଲ୍ସ’ ମଧ୍ୟ ତିଆରି ହେବା ଉଚିତ!

https://twitter.com/SupriyaShrinate/status/1600126110855229446?s=20&t=JJjN9A2qapbpfkarevcsuA

୨୦୧୮ରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଜାମିନ ଦେଇଥିଲେ। ତେବେ ମୁରଲୀଧୀରଙ୍କ ପତ୍ନୀ ନଭଲଖାଙ୍କ ବନ୍ଧୁ ହୋଇଥିବାରୁ ସେ ଏପରି ରାୟ ଦେଇଥିଲେ ବୋଲି ଏକାଧିକ ଟ୍ୱିଟରେ ଦାବି କରିଥିଲେ ଅଗ୍ନିହୋତ୍ରୀ। ଏହି ବୟାନ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଥିଲା।

ତେବେ ଗତକାଲି ଏହି ମାମଲାର ଶୁଣାଣି ବେଳେ ବିବେକ ଅଗ୍ନିହୋତ୍ରୀ ନିଜ ବୟାନକୁ ନେଇ ଏକ ଲିଖିତ କ୍ଷମା ପ୍ରାର୍ଥନା ଜାରି କରିଥିଲେ। ତେବେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଓକିଲଙ୍କୁ ବ୍ୟକ୍ତିଗତ ରୂପେ ବିବେକଙ୍କୁ କୋର୍ଟ ହାଜର ହେବାକୁ କଷ୍ଟ ହେଉଛି କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ତାଙ୍କ ଓକିଲ କହିଥିଲେ ବିନା ସର୍ତ୍ତରେ ବିବେକ ଅଗ୍ନିହୋତ୍ରୀ କ୍ଷମା ମାଗିଛନ୍ତି ଓ ନିଜ କରିଥିବା ବିବାଦୀୟ ଟ୍ୱିଟ୍‌କୁ ମଧ୍ୟ ହଟାଇ ଦେଇଛନ୍ତି। ତେବେ ଅଗ୍ନିହୋତ୍ରୀଙ୍କ ତରଫରୁ ଦାଖଲ ହୋଇଥିବା ତଥ୍ୟ ଭୁଲ ଅଟେ। ଟ୍ୱିଟର ହିଁ ତାଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି ବୋଲି ଆମିକସ୍ କୁରିଆ କୋର୍ଟଙ୍କୁ ସୂଚନା ଦେଇଥିଲେ।

Related story