Advertisment

ସ୍ୱରା ଓ ଫହାଦଙ୍କୁ ମନା ଆଲିଗଡ଼ ମୁସଲିମ ୟୁନିର୍ଭସିଟି

ପୂର୍ବତନ ଛାତ୍ର ସଙ୍ଘ ଉପାଧ୍ୟକ୍ଷ ସ୍ୱରା ଭାସ୍କର ଓ ତାଙ୍କ ସ୍ୱାମୀ ଫହାଦ ଅହମଦଙ୍କୁ ଏଏମ୍‌ୟୁକୁ ଆସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Swara Bhaskers husband Fahad Ahmad

Swara Bhaskers husband Fahad Ahmad

Advertisment

ନିକଟରେ ହାତକୁ ଦି ହାତ ହୋଇଛନ୍ତି ବଲିଉଡର ବିନ୍ଦାସ ଅଭିନେତ୍ରୀ ସ୍ୱରା ଭାସ୍କର। ସେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଫହାଦ ଅହମଦଙ୍କ ସହ କରିଛନ୍ତି କୋର୍ଟ ମ୍ୟାରେଜ୍। ଅଭିନେତ୍ରୀଙ୍କ ଏହି ବିବାହକୁ ନେଇ ଲଗାତର ବିବାଦ ଜାରି ରହିଛି।

Advertisment

ଏହାରି ଭିତରେ ସେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି। ନିଜର ବିବାହ ରିସେପ୍‌ସନ୍  ଆଲିଗଡ଼ ମୁସଲିମ୍ ୟୁନିର୍ଭସିଟି ତଥା ଏଏମ୍‌ୟରେ ଦେବା ପାଇଁ ସେ କରିଥିବା ଅନୁରୋଧକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବତନ ଛାତ୍ର ସଙ୍ଘ ଉପାଧ୍ୟକ୍ଷ ସ୍ୱରା ଭାସ୍କର ଓ ତାଙ୍କ ସ୍ୱାମୀ ଫହାଦ ଅହମଦଙ୍କୁ ଏଏମ୍‌ୟୁକୁ ଆସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି।  

ଆଲିଗଡ ମୁସଲିମ ୟୁନିର୍ଭସିଟିର ପୂର୍ବତନ ଛାତ୍ର ଫହାଦ ଅହମଦଙ୍କ ସହ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଆଲିଗଡ ମୁସଲିମ ୟୁନିର୍ଭସିଟି ୟୁନିଅନର ସଭାପତି ଫେଜୁଲ ହାସନ ନବ ବିବାହିତ ଦମ୍ପତିଙ୍କୁ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏବେ ଛାତ୍ରମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।

Advertisment

ଛାତ୍ର ସଂଘର ପୂର୍ବତନ ଉପାଧ୍ୟକ୍ଷ ନଦୀମ ଅଂସାରୀ କହିଛନ୍ତି, ‘ସ୍ୱରା ଭାସ୍କରଙ୍କୁ ଆଲିଗଡ ୟୁନିର୍ଭସିଟିରେ ପୂରାଇ ଦିଆଯିବ ନାହିଁ । ସ୍ୱରା ଭାସ୍କର ସିଏଏ / ଏନ୍‌ସିଆର୍ ସମୟରେ ଦେଶର ମୁସଲମାନମାନଙ୍କୁ ବିଭ୍ରାନ୍ତ କରିବା କାର୍ଯ୍ୟ କରିଛନ୍ତି। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଲୋକ। ୟୁନିର୍ଭସିଟି ତରଫରୁ କାହାକୁ ଏଏମ୍‌ୟୁ ଆସିବା ପାଇଁ କୌଣସି ନିମନ୍ତ୍ର ଦିଆଯାଇନାହିଁ। ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ ଫେଜୁଲ ନିଜର ରାଜନୈତିକ କ୍ୟାରିୟର ସଜାଡିବା ପାଇଁ ସ୍ୱରାଙ୍କୁ ୟୁନିର୍ଭସିଟି ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଆମେ ସ୍ୱରାଙ୍କୁ ଏଏମ୍‌ୟୁ ଆସିବାକୁ ଦେବୁ ନାହିଁ।’ 

Swara Bhaskar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe