'ମହାକାଳଙ୍କ ଥାଳି' ବିଜ୍ଞାପନକୁ ନେଇ ବିବାଦ

ମୁମ୍ବାଇ: ବିଜ୍ଞାପନକୁ ନେଇ ପୁଣି ବିବାଦ। ଏଥର ଟାର୍ଗେଟ୍‌ରେ ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ଅଭିନେତା ହ୍ରିତିକ ରୋସନ୍‌। ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋର ବିଜ୍ଞାପନକୁ ନେଇ ହଙ୍ଗାମା ହୋଇଛି। ବିଜ୍ଞାପନରେ ହ୍ରିତିକ ରୋସନ୍ ଅଭିନୟ କରିବା ସହ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରକୁ ଦର୍ଶାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ମହାକଲ ମନ୍ଦିରର ପୂଜାରୀମାନେ ତୀବ୍ର ବିରୋଧ କରିଛନ୍ତି। ହ୍ରିତିକ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ପ୍ରକୃତରେ ବିଜ୍ଞାପନରେ ଏହି ଭିଡିଓରେ ହ୍ରିତିକ […]

Mahakal Ki Thal

Madhupriya Mistry
  • Published: Sunday, 21 August 2022
  • , Updated: 21 August 2022, 11:22 AM IST

ମୁମ୍ବାଇ: ବିଜ୍ଞାପନକୁ ନେଇ ପୁଣି ବିବାଦ। ଏଥର ଟାର୍ଗେଟ୍‌ରେ ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ଅଭିନେତା ହ୍ରିତିକ ରୋସନ୍‌। ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋର ବିଜ୍ଞାପନକୁ ନେଇ ହଙ୍ଗାମା ହୋଇଛି। ବିଜ୍ଞାପନରେ ହ୍ରିତିକ ରୋସନ୍ ଅଭିନୟ କରିବା ସହ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରକୁ ଦର୍ଶାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ମହାକଲ ମନ୍ଦିରର ପୂଜାରୀମାନେ ତୀବ୍ର ବିରୋଧ କରିଛନ୍ତି। ହ୍ରିତିକ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ପ୍ରକୃତରେ ବିଜ୍ଞାପନରେ ଏହି ଭିଡିଓରେ ହ୍ରିତିକ ଅଭିନୟ କରି କହୁଛନ୍ତି, 'ମୋତେ ଭୋକ ଲାଗୁଥିଲା, ତେଣୁ ମୁଁ ମହାକାଳରୁ ଏକ ଥାଳି ମାଗିଲି।'  ଉଜ୍ଜୟନୀ ମହାକଲେଶ୍ୱର ମନ୍ଦିର ନାଁରେ ହ୍ରିତିକ ରୋସନଙ୍କ ବିଜ୍ଞାପନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ କାରଣରୁ ବିବାଦ ଦେଖାଦେଇଛି।

ବିଜ୍ଞାପନକୁ ନେଇ ମହାକାଳେଶ୍ୱର ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇବା ସହ କହିଛନ୍ତି, 'ଜୋମାଟୋ କମ୍ପାନୀ ତା'ର ବିଜ୍ଞାପନରେ ମହାକଲ ମନ୍ଦିରର ନାଁ ବ୍ୟବହାର କରି ବିଭ୍ରାନ୍ତିକର ପ୍ରଚାର କରିଛି। କମ୍ପାନୀ ଏପରି ବିଜ୍ଞାପନ ଦେବା ପୂର୍ବରୁ ଚିନ୍ତା କରିବା ଉଚିତ୍। ହିନ୍ଦୁ ସମାଜ ସହିଷ୍ଣୁ, ତେଣୁ ହିଂସାତ୍ମକ ହେଉ ନାହିଁ। ଯଦି ଅନ୍ୟ କୌଣସି ସମ୍ପ୍ରଦାୟ ହୋଇଥା'ନ୍ତା, ତେବେ ଏପରି କମ୍ପାନୀରେ ନିଆଁ ଲଗାଇ ଦେଇଥାନ୍ତେ। ଜୋମାଟୋ କମ୍ପାନୀ ଆମର ଧାର୍ମିକ ଭାବନା ସହିତ ଖେଳିବା ଉଚିତ୍ ନୁହେଁ।'

ମହାକାଳ ମନ୍ଦିରରେ ଏଭଳି କୌଣସି ଥାଳି ଉଜ୍ଜୟିନୀ ସମେତ ସମଗ୍ର ଦେଶରେ ଡେଲିଭରୀ କରାଯାଏ ନାହିଁ ବୋଲି ପୂଜାରୀମାନେ ଅଭିଯୋଗ କରିଛନ୍ତି। କେବଳ ଶ୍ରଦ୍ଧାଳୁଙ୍କୁ ମନ୍ଦିର ସମ୍ମୁଖରେ ଥିବା ଏକ ସ୍ଥାନରେ ମାଗଣାରେ ଭୋଜନ ଦିଆଯାଏ। ହ୍ରିତିକ ରୋସନଙ୍କ ଏହି ବିଜ୍ଞାପନ ଦ୍ୱାରା ଭକ୍ତମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଅଭିନେତା ଏବଂ କମ୍ପାନୀ କ୍ଷମା ମାଗିବା ଉଚିତ ବୋଲି ପୂଜାରୀମାନେ ଦାବି କରିଛନ୍ତି।

କମ୍ପନୀ ଦେଶର ଗ୍ରାହକଙ୍କୁ ଆମିଷ ଓ ନିରାମିଷ ଖାଦ୍ୟ ଅନ୍‌ଲାଇନ୍‌ ଡେଲିଭରୀ କରୁଛି। ତେଣୁ ତୁରନ୍ତି କମ୍ପାନୀ ଏଭଳି ବିଭ୍ରାନ୍ତିକର ବିଜ୍ଞାପନକୁ ବନ୍ଦ କରିଦେବା ଉଚିତ। ଯଦି ଏହି ବିଜ୍ଞାପନ ବନ୍ଦ ନହୁଏ ତେବେ ପୂଜାରୀ ସଂଘ ପୁଲିସରେ ଅଭିଯୋଗ କରିବ। ଏଥିସହ କମ୍ପାନୀ ଓ ଅଭିନେତା ଯଦି କ୍ଷମା ନ ମାଗନ୍ତି ତେବେ ସଂଘ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ପୂଜାରୀ ସଂଘ।

ତେବେ ଏଭଳି ଘଟଣା ପ୍ରଥମ ନୁହଁ। ଏହା ପୂର୍ବରୁ ମଧ୍ୟ ଅନେକ ବିଜ୍ଞାପନକୁ ନେଇ ଏଭଳି ବିବାଦ ଉପୁଜି ସାରିଛି।

Related story