Advertisment

ଏମାନେ ଫ୍ୟାନ୍ ନୁହଁନ୍ତି ଭକ୍ତ! କ୍ୟାଟ୍ରିନାଙ୍କୁ 'ଦେବୀ' ଭଳି କରୁଛନ୍ତି ପୂଜା

ଘରେ କ୍ୟାଟ୍ରିନାଙ୍କ ଫଟୋ ରଖି ପୂଜା କରୁଛନ୍ତି ଦମ୍ପତି। ଏମାନଙ୍କ ପାଇଁ କ୍ୟାଟ୍ରିନା କୌଣସି 'ଦେବୀ'ଙ୍କଠାରୁ କମ୍ ନୁହନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Katrina Kaif becomes their 'Devi'

Katrina Kaif becomes their 'Devi'

ଅଭିନେତା-ଅଭିନେତ୍ରୀଙ୍କ ଅନେକ ଜବରା ଫ୍ୟାନ୍ ଦେଖିଥିବେ। କେହି କେହି ତାଙ୍କ ନାମର ଟାଟୁ କରୁଥିବା ବେଳେ ଆଉ କେହି ଘର ସାରା ଫଟୋ ସାଇତି ରଖୁଥିବାର ଦେଖିଥିବେ ନିଶ୍ଚୟ। ହେଲେ କୌଣସି ବଲିଉଡ୍ ଅଭିନେତ୍ରୀଙ୍କୁ ଫ୍ୟାନ୍ ପୂଜା କରୁଥିବା କେବେ ଦେଖିଛନ୍ତି କି ? ଏପରି କିଛି ଚିତ୍ର ଆସିଛି ହରିୟାଣାରୁ। ବଣ୍ଟୁ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କୁ ପୂଜା କରୁଥିବା ଖବର ଏବେ ଚର୍ଚ୍ଚାରେ।

Advertisment

ଏହି ଦମ୍ପତିଙ୍କ ପାଇଁ କ୍ୟାଟ୍ରିନା କୌଣସି 'ଦେବୀ'ଙ୍କଠାରୁ କମ୍ ନୁହନ୍ତି। ଏହି ଦମ୍ପତି ଅଭିନେତ୍ରୀ ଘରେ କ୍ୟାଟ୍ରିନା କୈଫଙ୍କ ଫଟୋ ରଖି ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ସେମାନେ ପ୍ରତିବର୍ଷ କ୍ୟାଟ୍ରିନାଙ୍କ ଜନ୍ମଦିନ ମଧ୍ୟ ପାଳନ କରନ୍ତି। ଗତ ଦଶ ବର୍ଷ ଧରି ସେମାନେ ଏପରି କରି ଆସୁଛନ୍ତି। ଏହି ଦମ୍ପତି ପ୍ରତିବର୍ଷ କ୍ୟାଟ୍ରିନା କୈଫଙ୍କ ଜନ୍ମଦିନକୁ କେକ୍ କାଟି, ଲଡ଼ୁ ବାଣ୍ଟି ପାଳନ କରିଥାନ୍ତି। 

କରମବୀର ଆକା ବଣ୍ଟୁ ଏବଂ ସନ୍ତୋଷ ଏପରି ଜବରା ଫ୍ୟାନ୍, ତାଙ୍କ ଘର ସାରା କେବଳ କ୍ୟାଟ୍ରିନା ଆଉ କ୍ୟାଟ୍ରିନା। ଯେଉଁଠି ଦେଖିବେ ତାଙ୍କ ଚିତ୍ର। ୨୦୦୪ରେ ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଦେଖି ଏପରି ପାଗଳ ହୋଇଯାଇଥିଲେ ବଣ୍ଟୁ। ସେବେଠାରୁ ତାଙ୍କ ଘରେ କ୍ୟାଟ୍ରିନାଙ୍କ ଫଟୋ ରଖିଛନ୍ତି। ପ୍ରଥମେ ପ୍ରଥମେ ତାଙ୍କର ଏପରି ପାଗଳାମୀକୁ ପରିବାର ଲୋକେ ବିରୋଧ କରିଥିଲେ।

Advertisment

କିନ୍ତୁ  ସେ ଏହାପରେ ଅବସାଦରେ ରହିବାରୁ ପରିବାର ଲୋକେ କିଛି କହିନଥିଲେ।

ବଣ୍ଟୁଙ୍କ ବାହାଘରେ ପରେ ମଧ୍ୟ ପତ୍ନୀ ସନ୍ତୋଷ କ୍ୟାଟ୍ରିନାଙ୍କ ପ୍ରତି ଏପରି ଭଲପାଇବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ଭାବନାକୁ ସମ୍ମାନ ଜଣାଇ କ୍ୟାଟ୍ରିନାଙ୍କୁ ପୂଜା କରୁଛନ୍ତି। ଏହି ଦମ୍ପତି ଜୀବନରେ ଥରେ କ୍ୟାଟ୍ରିନାଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି।

Bollywood News Katrina Kaif Couple Worship Katrina Kaif