Advertisment

ଅଭିନେତ୍ରୀ ଜରୀନ ଖାନଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ମାମଲାର ଶୁଣାଣି ଚାଲିଥିବା ବେଳେ ଜରୀନ ଜାମିନ ପାଇଁ ଆବେଦନ କରି ନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇ ନଥିଲେ। ସମନ ସତ୍ତ୍ୱେ ସେ ବାରମ୍ବାର ହାଜର ନ ହେବାରୁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

author-image
Hemant Lenka
zareen Khan

zareen Khan

ଠକେଇ ମାମଲାରେ ବଢ଼ିଛି ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଅଡ଼ୁଆ। ତାଙ୍କ ନାଁରେ ଆଜି କୋଲକାତାର ଗୋଟିଏ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୮ ମସିହାରେ ଜରୀନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ପୁଲିସ୍‌ ଏହାର ତଦନ୍ତ କରି କୋଲକାତାର ସିଆଲଦା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା।

Advertisment

ମାମଲାର ଶୁଣାଣି ଚାଲିଥିବା ବେଳେ ଜରୀନ ଜାମିନ ପାଇଁ ଆବେଦନ କରି ନଥିଲେ କିମ୍ବା କୋର୍ଟରେ ହାଜର ମଧ୍ୟ ହୋଇ ନଥିଲେ। ସମନ ସତ୍ତ୍ୱେ ସେ ବାରମ୍ବାର ହାଜର ନ ହେବାରୁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

ଗିରଫଦାରୀ ସମ୍ପର୍କରେ ଜରୀନ କହିଛନ୍ତି, “ମୁଁ ନିଶ୍ଚିତ ଯେ ଏଥିରେ କୌଣସି ସତ୍ୟତା ନାହିଁ। ମୁଁ ନିଜେ ଏହି ଖବର ଶୁଣି ସ୍ତବ୍ଧ ଓ ଏ ବିଷୟରେ ମୁଁ ମୋର ଓକିଲଙ୍କ ସହ କଥା ହେଉଛି। ଏହାପରେ ହିଁ ମୁଁ ଏହା ଉପରେ ନିଜର ପକ୍ଷ ସ୍ପଷ୍ଟ କରିପାରିବି। ଏହି ସମୟରେ ଆପଣମାନେ ମୋ ପିଆର ଟିମ ସହ କଥା ହୁଅନ୍ତୁ।

Advertisment

୨୦୧୮ରେ ଜରୀନ ଦୁର୍ଗା ପୂଜାର ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା। କୋଲକାତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆୟୋଜକ ମାନେ ତାଙ୍କୁ ଅପେକ୍ଷା କରିଥିଲେ ହେଁ ସେ ଆସି ନଥିଲେ।

ଆୟୋଜକଙ୍କ ମଧ୍ୟରୁ ଜଣେ ବିଧିବଦ୍ଧ ଭାବେ ଜରୀନ ଓ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ। ଉଭୟଙ୍କ ନାଁରେ ଏଫଆଇଆର୍‌ ରୁଜୁ ହୋଇଥିଲା ଓ ସେମାନଙ୍କୁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଜରୀନ ସେତେବେଳେ ଜେରା ହେବାକୁ ଆସି ନଥିଲେ।

ଆୟୋଜକମାନେ ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଦାବି କରିଥିଲେ। ବିମାନ ଟିକେଟ ଓ ଅନ୍ୟାନ୍ୟ ଯିବା ଆସିବା କାରଣ ପାଇଁ ସେ ଶୋ’ରେ ସାମିଲ ହୋଇ ନଥିବା କହିଥିଲେ। ଏଥିସହ ସେ ମଧ୍ୟ ସ୍ଥାନୀୟ କୋର୍ଟରେ ଆୟୋଜକମାନଙ୍କ ବିରୋଧରେ ମାମଲା କରିଥିଲେ। ତଦନ୍ତ ପରେ ଗୋଟିଏ ଚାର୍ଜଶିଟ୍‌ ଜରୀନ ଓ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ଦାଖଲ କରାଯାଇଥିଲା।

ଜରୀନଙ୍କ ମ୍ୟାନେଜର କୋର୍ଟରେ ହାଜର ହେବା ସହ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଜରୀନ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ।

West Bengal Bollywood