Advertisment

କଙ୍ଗନାଙ୍କ ବିରୋଧରେ ୱାରେଣ୍ଟ

ମୁମ୍ବାଇ: ବଢ଼ିଲା ବଲିଉଡ କୁଇନ୍‌ କଙ୍ଗନଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲେ ୱାରେଣ୍ଟ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି। ହାଜର ନ ହେବା ଯୋଗୁଁ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ପ୍ରକୃତରେ, ମୁମ୍ବାଇ ପୁଲିସ, ବଲିୁଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କଙ୍ଗନାଙ୍କ ବିରୋଧରେ ୱାରେଣ୍ଟ

Kangana Ranaut

ମୁମ୍ବାଇ: ବଢ଼ିଲା ବଲିଉଡ କୁଇନ୍‌ କଙ୍ଗନଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲେ ୱାରେଣ୍ଟ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି। ହାଜର ନ ହେବା ଯୋଗୁଁ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

Advertisment

ପ୍ରକୃତରେ, ମୁମ୍ବାଇ ପୁଲିସ, ବଲିୁଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମାର୍ଚ୍ଚ ୧ ତାରିଖ ତଥା ଆଜି ଡକାଇଥିଲେ। କିନ୍ତୁ କଙ୍ଗନା ହାଜର ହୋଇନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

https://twitter.com/ANI/status/1366296249608007687?s=20

ଏକ ଟେଲିଭିଜନ ସାକ୍ଷାତକାରେ କଙ୍ଗନା କଥିତ ରୂପେ ଜାଭେଦଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ନିରାଧାରରେ ଟିପ୍ପଣୀ କରିଥିଲେ । ଏନେଇ ଗତବର୍ଷ ନଭେମ୍ବରରେ ମୁମ୍ବାଇ ଅନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ନକଟରେ ଅଭିଯୋଗ କରିଥିଲେ ଜାଭେଦ।

Advertisment

ଗତ ବର୍ଷ ଜୁନ ମାସରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏକ ଟିଭି ସାକ୍ଷାତକାର ସମୟରେ ଅଭିନେତ୍ରୀ କଙ୍ଗନା ବଲିଉଡରେ 'ଗୋଷ୍ଠୀବାଦ' କଥା ଉଠାଇଥଲେ। ଏଥିରେ କଙ୍ଗନା ତାଙ୍କ ନାଁ ଅଯଥାରେ ଟାଣି ଥିବା ନେଇ ଜାଭେଦ ଅଭିଯୋଗ କରିଥିଲେ।

ହ୍ରିତିକ ରୋଶନଙ୍କ ସହ ହୋଇଥିବା କଥିତ ସମ୍ପର୍କକୁ ନେଇ ଅଖତର କଙ୍ଗନାଙ୍କୁ ନୀରବ ରହିବାକୁ ଧମକ ଦେଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହି ମିଥ୍ୟ ଖବର ଜାଭେଦଙ୍କ ଭାବ ମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି। ଏହାକୁ ବିରୋଧ କରି ଜାଭେଦ କଙ୍ଗନଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଥିଲେ। ପରେ  ଜାନୁଆରୀ ୧୭ରେ କୋର୍ଟ ଏହି ମାମଲାରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ ଫେବୃଆରୀ ୧ ପର୍ଯ୍ୟନ୍ତ ପୁଲିସକୁ ଦେଇଥିଲେ।

Bollywood Kangana Ranaut