Advertisment

ଗିରଫ ହେବେ ଜୟାପ୍ରଦା! ଜାରି ହେଲା ଓ୍ୱାରେଣ୍ଟ

ଏକ ପୁରୁଣା ମାମଲାକୁ ନେଇ କୋର୍ଟ ଜୟାପ୍ରଦାଙ୍କ ବିରେଧରେ NBW ୱାରେଣ୍ଟ ଜାରି କରିଛନ୍ତି।

author-image
Madhupriya Mistry
Jaya prada

Jaya prada

ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ଜୟାପ୍ରଦାଙ୍କ ବଢ଼ିଲା ଅଡୁଆ। ବନ୍ଧା ହୋଇପାରନ୍ତି ଏହି ଅଭିନେତ୍ରୀ। ତାଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଓ୍ୱାରେଣ୍ଟ। ଏକ ପୁରୁଣା ମାମଲାକୁ ନେଇ କୋର୍ଟ ଜୟାପ୍ରଦାଙ୍କ ବିରେଧରେ NBW ୱାରେଣ୍ଟ ଜାରି କରିଛନ୍ତି।

Advertisment

ବାସ୍ତବରେ, ୨୦୧୯ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ରାମପୁରର MPMLA କୋର୍ଟରେ ବିଚାରାଧୀନ ଅଛି। ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲେ ସୁଦ୍ଧା ଏହି ମାମଲାରେ ଜୟାପ୍ରଦା ଗତ କିଛି ଦିନ ଧରି କୋର୍ଟରେ ହାଜର ହୋଇନଥିଲେ। ଏହାକୁ ଦୃଷ୍ଟିରେ ରଖି ଜୟାପ୍ରଦାଙ୍କ ବିରୋଧରେ ଏବେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଛନ୍ତି।

ଜାମିନବିହୀନ ୱାରେଣ୍ଟ ଜାରି ହେବା ପରେ ଜୟାପ୍ରଦାଙ୍କୁ କୋର୍ଟ ନଭେମ୍ବର ୮ ତାରିଖରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ। ଏହି କାରଣରୁ କୋର୍ଟ ଏବେ ତାଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ କହିବା ସହ ତାଙ୍କ ଗିରଫ ଓ୍ୱାରେଣ୍ଟକୁ ବଜାୟ ରଖିଛନ୍ତି। ଏହି ପୂର୍ବତନ ସାଂସଦଙ୍କୁ ୧୭ ତାରିଖରେ ରାମପୁର କୋର୍ଟରେ ହାଜର ହେବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥର ମଧ୍ୟ ସେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଏହି ମାମଲାକୁ ନେଇ ଜୟାପ୍ରଦାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ଯେ, ୨୦୧୯ରେ ଲୋକସଭା ନିର୍ବାଚନୀ ପ୍ରଚାର ବେଳେ ଜୟାପ୍ରଦା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଧାରା ୧୨୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

Bollywood Jayaprada Warrant