Advertisment

କୋର୍ଟ କହିଲେ-ଜିଆଙ୍କୁ ହତ୍ୟା କରାଯାଇନାହିଁ, ମା'ଙ୍କ ଆବେଦନ ଖାରଜ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମୃତ୍ୟୁକୁ ୮ ବର୍ଷରୁ ଅଧିକ ସମୟ ବିତି ଗଲାଣି। ତଥାପି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଦୂର ହୋଇନି ସସ୍‌ପେନ୍ସ। ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ତାଙ୍କ ମା’ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଏହାରି ଭିତରେ ମୁମ୍ବାଇ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜିଆ ଖାନ୍‌ଙ୍କୁ ହତ୍ୟା କରାଯାଇ ନାହିଁ। ଏଥିସହ ଜିଆଙ୍କ ମା’ ରାବିଆଙ୍କ ଖାନ୍‌ଙ୍କ […]

ଅଦ୍ୟତନ ହୋଇଛି
କୋର୍ଟ କହିଲେ-ଜିଆଙ୍କୁ ହତ୍ୟା କରାଯାଇନାହିଁ, ମା'ଙ୍କ ଆବେଦନ ଖାରଜ

jiah-khan

Advertisment

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମୃତ୍ୟୁକୁ ୮ ବର୍ଷରୁ ଅଧିକ ସମୟ ବିତି ଗଲାଣି। ତଥାପି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଦୂର ହୋଇନି ସସ୍‌ପେନ୍ସ। ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ତାଙ୍କ ମା' କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଏହାରି ଭିତରେ ମୁମ୍ବାଇ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜିଆ ଖାନ୍‌ଙ୍କୁ ହତ୍ୟା କରାଯାଇ ନାହିଁ। ଏଥିସହ ଜିଆଙ୍କ ମା' ରାବିଆଙ୍କ ଖାନ୍‌ଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

Advertisment

ଜଷ୍ଟିସ ଏଏସ୍‌ ଗଡକାରୀ ଓ ଜଷ୍ଟିସ ଏମ୍‌ ଏନ୍‌ ଜାଦବଙ୍କ ଏକ ଖଣ୍ଡପୀଠ ୧୨ ସେପ୍ଟେମ୍ବରରେ ଦେଇଥିବା ନିଜ ଆଦେଶରେ କହିଛନ୍ତି, ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ନିରପେକ୍ଷ ଓ ତନ ତନ କରି ତଦନ୍ତ କରିଛି ସିବିଆଇ। ତାଙ୍କୁ କେହି ହତ୍ୟା କରିନାହାନ୍ତି ସେ ଆତ୍ମହତ୍ୟା କରିଛନ୍ତି।

ସେପଟେ ମା' ରାବିଆ ଖାନ୍‌ ଜିଆଙ୍କ ମୃତ୍ୟୁ ମାମଲାର ପୁଣି ଥରେ ତଦନ୍ତ ପାଇଁ କୋର୍ଟରେ ଆବେଦନ କରିଥିଲେ। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଏହି ମାମଲାର ଯାଞ୍ଚ କରୁ ବୋଲି ସେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଏବେ କୋର୍ଟ ଖାରଜ କରିଦେଇଛନ୍ତି।  ସିବିଆଇର ଅଭିଯୋଗ ମୁତାବକ, ଜିଆଙ୍କ ବନ୍ଧୁ ସୁରଜ ପାଞ୍ଚୋଲି ତାଙ୍କୁ ୩ ଜୁନ୍‌ ୨୦୧୩ରେ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିଲେ। ସେପଟେ ରାବିଆ ଦାବି କରୁଛନ୍ତି ଯେ ଜିଆଙ୍କୁ ହତ୍ୟା କରାଯାଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୩ର ମୁମ୍ବାଇ ସ୍ଥିତ ଘରୁ ଜିଆ ଖାନ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe