Advertisment

ଦେଶବାସୀଙ୍କୁ ଆପଣ ମୁର୍ଖ ଭାବୁଛନ୍ତି? ଆଦିପୁରୁଷ ନିର୍ମାତାଙ୍କ ଉପରେ ବର୍ଷିଲେ କୋର୍ଟ

ଫିଲ୍ମର ସହ ଲେଖକ ମନୋଜ ମୁନ୍ତାଶିର ଶୁକ୍ଳାଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Adipurush

Adipurush

ବିବାଦୀୟ ଫିଲ୍ମ ଆଦିପୁରୁଷର ନିର୍ମାତାଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମରେ ଥିବା ଡାଏଲଗ ଉପରେ ଅଧିକାଂଶ ଲୋକ ପ୍ରଶ୍ନ ଉଠାଥିଲେ। ଏଥିସହ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ କୋର୍ଟ ଆଜି ଏହାର ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେହିପରି ଫିଲ୍ମର ସହ ଲେଖକ ମନୋଜ ମୁନ୍ତାଶିର ଶୁକ୍ଳାଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। 

ଆଦିପୁରୁଷ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆବେଦନ ହୋଇଛି। ଏହାର ଶୁଣାଣି କରିବା ବେଳେ ଆହ୍ଲାବାଦ ହାଇକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, “ଫିଲ୍ମରେ ଥିବା ଡାଏଲଗ ହିଁ ସବୁଠାରୁ ବଡ଼ ପ୍ରସଙ୍ଗ। ରାମାୟଣ ଆମ ପାଇଁ ଉଦାହରଣ ବା ଆଦର୍ଶ। ଲୋକମାନେ ଘରୁ ବାହାରିବା ପୂର୍ବରୁ ରାମଚରିତମାନସ ପ‍ଢ଼ନ୍ତି। ଫିଲ୍ମକୁ ଏସବୁକୁ ସ୍ପର୍ଶ କରିବାର ନଥିଲା। ଏହି ସଂପ୍ରଦାୟର ଲୋକ ବହୁତ ସହିଷ୍ଣୁ ବୋଲି କହି ଯଦି ଆମେ ଏହି ପ୍ରସଙ୍ଗରେ ମଧ୍ୟ ଆଖି ବୁଜି ଦେବୁ? ଏହା କ’ଣ ସହିଷ୍ଣୁତାର ପରୀକ୍ଷା?” 

Advertisment

ସେନସର ବୋର୍ଡ ତା’ର ଦାୟିତ୍ୱ ଫିଲ୍ମକୁ ପ୍ରମାଣପତ୍ର ଦେବା ବେଳେ ନିର୍ବାହ କରିଛି କି ବୋଲି ମଧ୍ୟ ଆହ୍ଲାବାଦ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, “ଫିଲ୍ମ ଦେଖିବା ପରେ ଲୋକମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କ୍ଷତି ନ ପହଞ୍ଚାଇବା ଭଲ କଥା। ଭଗବାନ ହନୁମାନ ଓ ମାତା ସୀତାଙ୍କୁ ଏମିତି ଦେଖାଯାଇଛି ଯେ ଯେମିତି ସେମାନେ କିଛି ନୁହନ୍ତି।

ଏହିସବୁ ଆରମ୍ଭରୁ ହିଁ ହଟାଇ ଦେବାର ଥିଲା। କିଛି ଦୃଶ୍ୟ ପ୍ରାପ୍ତ ବୟସ୍କ ଶ୍ରେଣୀର ରହିଛି। ଏପରି ଫିଲ୍ମ ଦେଖିବା ଅତ୍ୟନ୍ତ କଷ୍ଟକର। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସେନସର ବୋର୍ଡ ଏହା ଉପରେ କ’ଣ କରିଛି?”

ଡେପୁଟି ସଲିସିଟର ଜେନେରାଲ କୋର୍ଟଙ୍କୁ କହିଥିଲେ ଯେ ଆପତ୍ତିଜନକ ଡାଏଲଗଗୁଡ଼ିକ ସିନେମାରୁ ହଟାଇ ଦିଆଯାଇଛି। ଏହା ଶୁଣି କୋର୍ଟ କହିଥିଲେ, “ଏହି ଗୋଟିଏ ପଦକ୍ଷେପ କାମ ଦବି। ଆପଣ ଦୃଶ୍ୟ ଗୁଡ଼ିକ ସହ କ’ଣ କରିବେ? ପରାମର୍ଶ ମାଗନ୍ତୁ। ଏହାପରେ ଆମେ ଯାହା କରିବା ଦରକାର ନିଶ୍ଚିତ କରିବୁ। ଯଦି ସିନେମାର ପ୍ରଦର୍ଶନକୁ ବନ୍ଦ କରିଦିଆଯିବ, ତା’ହେଲେ ଆଘାତ ପାଇଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

ଆପଣ କେବଳ ବିଶେଷଦ୍ରଷ୍ଟବ୍ୟ ଦେଇ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି? ଦେଶବାସୀ ଓ ଯୁବ ସମାଜ ମୁର୍ଖ? ଆପଣ ଭଗବାନ ରାମ, ଭଗବାନ ଲକ୍ଷ୍ମଣ, ଭଗବାନ ହନୁମାନ, ରାବଣ, ଲଙ୍କାକୁ ଦେଖାଉଛନ୍ତି ଓ କହୁଛନ୍ତି ଏହା ରାମୟାଣ ନୁହଁ। ଆମେ ନ୍ୟୁଜରେ ଦେଖିବାକୁ ପାଇଛୁ ଯେ ଲୋକମାନେ ଥିଏଟରକୁ ଯାଉଛନ୍ତି ଓ ଫିଲ୍ମକୁ ବନ୍ଦ କରିବାକୁ କହୁଛନ୍ତି। କେହି ଭଙ୍ଗାରୁଜା କରି ନଥିବାରୁ ଧନ୍ୟବାଦ।”

ଆସନ୍ତାକାଲି ଆବେଦନର ପୁଣି ଶୁଣାଣି ହେବ।

Adipurush Bollywood Entertainment Uttar Pradesh High Court