Advertisment

ଫ୍ଲାଟରୁ ମିଳିଲା ଅଭିନେତାଙ୍କ ମା'ଙ୍କ ମୃତଦେହ, ଗଳାରେ ରହିଛି କଟା ଦାଗ

ଫ୍ଲାଟ ଭିତରୁ ପୂର୍ବତନ କ୍ରିକେଟର୍ ତଥା ଅଭିନେତା ସଲିଲ ଅଙ୍କୋଲାଙ୍କ ମା'ଙ୍କ ମୃତଦେହ ମିଳିଛି।

Salil Ankola and His Mother

Salil Ankola and His Mother

Advertisment

ପୂର୍ବତନ କ୍ରିକେଟର୍ ତଥା ଅଭିନେତା ସଲିଲ ଅଙ୍କୋଲାଙ୍କ ମା'ଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ପୁଣେ ସ୍ଥିତ ଫ୍ଲାଟ୍‌ ଭିତରୁ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କ ମା'ଙ୍କ ମୃତଦେହ ମିଳିଛି। ୭୭ ବର୍ଷୀୟ ମାଲା ଅଶୋକ ଅଙ୍କୋଲାଙ୍କ ଗଳାରେ କଟା ଦାଗ ରହିଛି।

Advertisment

ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ପୁଣେର ଡେକାନ ଜିମଖାନାର ପ୍ରଭାତ ରୋଡରେ ଅବସ୍ଥିତ ତାଙ୍କ ଫ୍ଲାଟରୁ ମାଲା ଅଶୋକ ଆଙ୍କୋଲାଙ୍କ ମୃତଦେହ ମିଳିଛି। ଗତକାଲି ତାଙ୍କର ଘରୋଇ ସହାୟିକା ଫ୍ଲାଟକୁ ଆସିଥିଲେ। କିନ୍ତୁ ଅଭିନେତାଙ୍କ ମା' କବାଟ ଖୋଲି ନଥିଲେ। ଏହାପରେ ତାଙ୍କୁ ସନ୍ଦେହ ହୋଇଥିଲା ଓ ସେ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା।

କବାଟ ଖୋଲିବା ପରେ ମହିଳାଙ୍କ ମୃତଦେହ ମିଳିଥିଲା। ତେବେ ଗଳା କଟା ହୋଇଥିଲା। ସେ ନିଜେ ନିଜର ଗଳା କାଟିଥିବା ପ୍ରଥମ ଦୃଶ୍ୟରୁ ଜଣାପଡୁଥିଲା। ତେବେ ସବୁ ଦିଗରୁ ଅନୁସନ୍ଧାନ ଚାଲିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୂରା ମାମଲାର ତଦନ୍ତ ଜାରି ରହିଛି। ମହିଳା ଜଣକ ମାନସିକ ସମସ୍ୟାରେ ପୀଡିତ ଥିଲେ ବୋଲି ଡେପୁଟି କମିଶନର ଅଫ୍ ପୋଲିସ୍ (ଜୋନ୍-୧) ସନ୍ଦୀପ ସିଂହ ଗିଲ କହିଛନ୍ତି।

Advertisment

କହିରଖୁ ଯେ, ୧୯୮୯ ରୁ ୧୯୯୭ ମଧ୍ୟରେ ସଲିଲ ଆଙ୍କୋଲା ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୨୦ଟି ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି। ମଧ୍ୟମ ଫାଷ୍ଟ ବୋଲର ଆଙ୍କୋଲା ପରେ ଫିଲ୍ମ ଏବଂ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି।

Salil Ankolas Mothers Body Found Cricketer And Actor Salil Ankola Pune Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe