Advertisment

ହ୍ରିତିକଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଫସିପାରନ୍ତି ବଲିଉଡର ଗ୍ରୀକ୍ ଗଡ୍। ଅଭିନେତା ହ୍ରିତିକ ରୋଶନଙ୍କୁ ପଚାରାଉଚରା କରିବ କ୍ରାଇମ ବ୍ରାଞ୍ଚ। ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ସହ ଜଡିତ ଏକ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କୁ ସମନ ପଠାଇବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛି। ୨୦୧୬ରେ କଙ୍ଗନାଙ୍କ ସହ ଜଡିତ ଏକ ଇ-ମେଲ ବିବାଦରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ। ଡିସେମ୍ବର ୨୦୨୦ରେ ହ୍ରିତିକଙ୍କ ୪ ବର୍ଷ ପୁରୁଣା ଏକ କେସକୁ ମୁମ୍ବାଇ କ୍ରାଇମବ୍ରଞ୍ଚର ଇଣ୍ଟେଲିଜେନ୍ସ ୟୁନିଟକୁ ଟ୍ରାନ୍ସଫର […]

ଅଦ୍ୟତନ ହୋଇଛି
ହ୍ରିତିକଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

Hrithik-Roshan

Advertisment

ମୁମ୍ବାଇ: ଫସିପାରନ୍ତି ବଲିଉଡର ଗ୍ରୀକ୍ ଗଡ୍। ଅଭିନେତା ହ୍ରିତିକ ରୋଶନଙ୍କୁ ପଚାରାଉଚରା କରିବ କ୍ରାଇମ ବ୍ରାଞ୍ଚ। ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ସହ ଜଡିତ ଏକ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କୁ ସମନ ପଠାଇବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛି। ୨୦୧୬ରେ କଙ୍ଗନାଙ୍କ ସହ ଜଡିତ ଏକ ଇ-ମେଲ ବିବାଦରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ।

Advertisment

[caption id="attachment_622511" align="aligncenter" width="650"]Hrithik Roshan and Kangana କଙ୍ଗନାଙ୍କ ସହ ଜଡିତ ଏକ ଇ-ମେଲ ବିବାଦରେ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କୁ ପଚରାଉଚରା କରିବ[/caption]

ଡିସେମ୍ବର ୨୦୨୦ରେ ହ୍ରିତିକଙ୍କ ୪ ବର୍ଷ ପୁରୁଣା ଏକ କେସକୁ ମୁମ୍ବାଇ କ୍ରାଇମବ୍ରଞ୍ଚର ଇଣ୍ଟେଲିଜେନ୍ସ ୟୁନିଟକୁ ଟ୍ରାନ୍ସଫର କରାଯାଇଥିଲା। ଏହାପୂର୍ବରୁ ସାଇବର ପୁଲିସ ଏହି ମାମଲାର ଯାଞ୍ଚ କରୁଥିଲା। ହ୍ରିତିକ ରୋଶନଙ୍କ ଓକିଲ ମୁମ୍ବାଇ ପୁଲିସକୁ କେସ ଟ୍ରାନ୍ସଫର କରିବା ପାଇଁ ଅପିଲ କରିଥିଲେ।

Advertisment

ସୂଚନା ଯୋଗ୍ୟ ଯେ, ୨୦୧୬ରେକଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ରୁ ଅଧିକ ଇ-ମେଲ୍ ମିଳିଥିବା ନେଇ ଅଭିଯୋଗ କରିଥିଲେ ହ୍ରିତିକ । ଏହାର ଜବାବର କଙ୍ଗନା ଅଭିନେତାଙ୍କୁ ତାଙ୍କ ପ୍ରେମର ଥିବା କହିବା ସହ ଅଭିନେତାଙ୍କୁ ଇ-ମେଲ କରିଥିବା କହିଥିଲେ। କେବଳ ସେତିକି ନୁହେଁ ପୁଲିସ ଫେକ୍ ଇ-ମେଲ ମାମଲାରେ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କୁ ପଚରାଉଚରା କରିବା ସହ ଉଭୟଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା।

ଅପରପକ୍ଷରେ ଯେଉଁ ଇ-ମେଲରୁ କଙ୍ଗନାଙ୍କୁ ମେଲ ପଠାଯାଇଛି ତାହା ତାଙ୍କର ନୁହେଁ ବୋଲି ହ୍ରିତିକ କହିଥିଲେ । ଏହି ଘଟଣା ପରେ ଉଭୟ କଙ୍ଗନା ଏବଂ ହ୍ରିତିକ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ ଏବଂ ଉଭୟଙ୍କ ଉପରେ ଦୋଷ ଲଦିଥିଲେ। ଏପରିକି ପରସ୍ପରକୁ ଏକାଧିକ ଲିଗାଲ ନୋଟିସ ମଧ୍ୟ ପଠାଇଥିଲେ। ଏହି ମାମଲରେ ଏବେ ହ୍ରିତିକଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ସମନ ପଠାଇବ। ସେହିପରି କଙ୍ଗନାଙ୍କୁ ମଧ୍ୟ ଡକରା ହୋଇପାରେ।

Bollywood Hrithik Roshan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe