Advertisment

ଟମ୍ କ୍ରୁଜ୍‌ଙ୍କୁ ଟକ୍କର ଦେବେ ରାମ ଚରଣ ଓ ଜୁନିଅର୍ ଏନ୍‌ଟିଆର୍‌

ଆର୍‌ଆର୍‌ଆର୍‌କୁ କ୍ରିଟିକ୍ସ ଚଏସ୍ ସୁପର ଆୱାର୍ଡରେ ତିନୋଟି ନମିନେସନ ମିଳିଛି।

ଅଦ୍ୟତନ ହୋଇଛି
Ram Charan, JrNTR and Tom Cruse

Ram Charan, JrNTR and Tom Cruse

Advertisment

ଏସ୍‌ଏସ୍ ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଫିଲ୍ମଟି ପ୍ରଥମେ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ଜିତିଲା। ପରେ ଓସ୍କାର ଦୌଡରେ ଏହା ସାମିଲ ହୋଇ ଦେଶରକୁ ଗର୍ବିତ କଲା। ଏବେ ଏହି ଫିଲ୍ମ ଆଉ ଏକ ଇତିହାସ ସଷ୍ଟିି କରିଛି। ଆର୍‌ଆର୍‌ଆର୍‌କୁ କ୍ରିଟିକ୍ସ ଚଏସ୍ ସୁପର ଆୱାର୍ଡରେ ତିନୋଟି ନମିନେସନ ମିଳିଛି। 

Advertisment

'ବୁଲେଟ୍ ଟ୍ରେନ୍', 'ଟପ୍ ଗନ୍: ମାଭେରିକ୍', 'ଦ ୱୁମେନ୍ କିଙ୍ଗ' ଏବଂ 'ଦ ଅନ୍‌ବିଏରେବଲ ୱେଟ୍ ଅଫ୍ ମାସିଭ୍ ଟ୍ୟାଲେଣ୍ଟ୍' ସହିତ 'ଆରଆରଆର'କୁ ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ ବର୍ଗରେ ନମିନେଟ୍ କରାଯାଇଛି।

ସେହିପରି ଆକ୍ସନ ଫିଲ୍ମରେ ସର୍ବଶ୍ରେଷ୍ଠ ଅଭିନେତା କ୍ୟାଟେଗୋରୀ ପାଇଁ  ଆର୍‌ଆର୍‌ଆର୍‌ର ଲିଡ୍ ଅଭିନେତା ରାମ ଚରଣ ଓ ଜୁନିଅର୍ ଏନ୍‌ଟିଆର୍ ହଲିଉଡ ଅଭିନେତା ଟମ୍ କ୍ରୁଜ, ବ୍ରାଡ୍ ପିଟ୍ ଓ ନିକୋଲସ୍ କେଜଙ୍କୁ ଟକ୍କର ଦେଉଛନ୍ତି। କ୍ରିଟିକ୍ସ ଚଏସ୍ ଆୱାର୍ଡର ଅଫିସିଆଲ୍ ପେଜ୍‌ରେ ଏନେଇ ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୧୬ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ ବୋଲି ଏଥିରେ କୁହାଯାଇଛି।

Advertisment

ସୂଚନା ମୁତାବକ, ୱାର୍ଣ୍ଣର ବ୍ରଦସଙ୍କ ହଲିଉଡ ଫିଲ୍ମ ‘ଦ ବ୍ୟାଟ୍ ମ୍ୟାନ୍‌’ ତୃତୀୟ ବାର୍ଷିକ କ୍ରିଟିକ ଚଏସ୍ ସୁପର ଆୱାର୍ଡ ପାଇଁ ନମିନେସନର ସବୁଠୁ ଆଗରେ ରହିଛି। କାରଣ ଏହା ଶ୍ରେଷ୍ଠ ସୁପରହିରୋ ଫିଲ୍ମ ସହିତ ୬ ଟି ବର୍ଗରେ ନମିନେସନ୍ ହାସଲ କରିଛି। 

ଅନ୍ୟମାନଙ୍କ ମଧ୍ୟରେ ‘ଅବତାର: ଦ ୱେ ଅଫ୍ ୱାଟର୍‌’, ‘ବ୍ଲାକ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’,  ‘ଏଭ୍ରିବଡି ଏଭ୍ରିହ୍ୱେର୍ ଅଲ୍ ଏଟ୍ ୱାନ୍ସ’, ଓ ‘ଟପ୍ ଗନ୍ ମାଭେରିକ୍‌’ ଏହି ପୁରସ୍କାର ପାଇଁ ନମିନେସନ ପାଇଛି।  ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଏହି ପୁରସ୍କାର ଉତ୍ସବ ଆୟୋଜିତ ହେବ। 

JrNTR RRR Ram Charan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe