Advertisment

ପ୍ରିୟ ଅଭିନେତାଙ୍କ ସମର୍ଥନରେ ୨୦୦୦ କି.ମି ସାଇକେଲ ଚଲାଇଲେ

ମୁମ୍ବାଇ: ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଦେଶର କୋନ ଅନୁକୋଣରେ ଶତାଧିକ ପ୍ରଶଂସକ ବା ଫ୍ୟାନ ଅଛନ୍ତି। ସେମାନଙ୍କୁ ମଧ୍ୟରୁ ଏଭଳି କିଛି ଫ୍ୟାନ ଅଛନ୍ତି ଯିଏକି ଅନ୍ୟମାନଙ୍କ ଠାରୁ ଭିନ୍ନ, ସେମାନେ ହେଉଛନ୍ତି ଜବରା ଫ୍ୟାନ୍। ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ଗୋଟିଏ ଝଲକ ପାଇବା ପାଇଁ ସେମାନେ କିଛି ବି କରିପକାନ୍ତି।  ନିକଟରେ ଏଭଳି ହିଁ ଜଣେ ଜବରଦସ୍ତ ଫ୍ୟାନଙ୍କୁ ଦେଖିବାକୁ ମିଳିଛି, ଯିଏ ନିଜ ପ୍ରିୟ ଅଭିନେତାଙ୍କ ସମର୍ଥନରେ ୧୦୦ କି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରିୟ ଅଭିନେତାଙ୍କ ସମର୍ଥନରେ ୨୦୦୦ କି.ମି ସାଇକେଲ ଚଲାଇଲେ

Narayan-Vyas

ମୁମ୍ବାଇ: ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଦେଶର କୋନ ଅନୁକୋଣରେ ଶତାଧିକ ପ୍ରଶଂସକ ବା ଫ୍ୟାନ ଅଛନ୍ତି। ସେମାନଙ୍କୁ ମଧ୍ୟରୁ ଏଭଳି କିଛି ଫ୍ୟାନ ଅଛନ୍ତି ଯିଏକି ଅନ୍ୟମାନଙ୍କ ଠାରୁ ଭିନ୍ନ, ସେମାନେ ହେଉଛନ୍ତି ଜବରା ଫ୍ୟାନ୍। ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ଗୋଟିଏ ଝଲକ ପାଇବା ପାଇଁ ସେମାନେ କିଛି ବି କରିପକାନ୍ତି।  ନିକଟରେ ଏଭଳି ହିଁ ଜଣେ ଜବରଦସ୍ତ ଫ୍ୟାନଙ୍କୁ ଦେଖିବାକୁ ମିଳିଛି, ଯିଏ ନିଜ ପ୍ରିୟ ଅଭିନେତାଙ୍କ ସମର୍ଥନରେ ୧୦୦ କି ୨୦୦ ନୁହେଁ ଦୀର୍ଘ ୨ ହଜାର କିଲୋମିଟର ସାଇକେଲ ଚଳାଇଛନ୍ତି।

Advertisment

ନାରାୟଣ ବ୍ୟାସ। ସେ ଅଭିନେତା ସୋନୁ ସୁଦଙ୍କ ଜବରା ଫ୍ୟାନ। ତାଙ୍କ ସାମାଜିକ କାମକୁ ସମର୍ଥନ କରି ସେ ମହାରାଷ୍ଟ୍ରର ୱସିମରୁ ଦେଶର ଦକ୍ଷିଣ ଅଞ୍ଚଳକୁ ସାଇକେଲ ଯାତ୍ରା କରିଛନ୍ତି। ଫେବ୍ରୁଆରୀ ୭ ତାରିଖ ସକାଳୁ ୱସିମ ଅଞ୍ଚଳରୁ ନାରାୟଣ ନିଜ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଫେବ୍ରୁଆରୀ ୧୪ ତାରିଖରେ ରାମସେତୁରେ ଯାଇ ପହଞ୍ଚିବା ପରେ ତାଙ୍କର ଏହି ଯାତ୍ରା ଶେଷ ହୋଇଥିଲା। ୭ ଦିନରେ ସେ ପ୍ରାୟ ୨ ହଜାର କିଲୋମିଟର ସାଇକେଲ ଚଳାଇ ଏହି ଯାତ୍ରାକୁ ପୂରଣ କରିଛନ୍ତି।

[caption id="attachment_621398" align="aligncenter" width="650"]Sonu sood and Narayan Vyas ରବିବାର ଦିନ ନାରାୟଣ ବ୍ୟାସଙ୍କୁ ଭେଟିଛନ୍ତି ଅଭିନେତା ସୋନୁ ସୁଦ[/caption]

Advertisment

ଦୀର୍ଘ ୨ ହଜାର କିଲୋମିଟରର ଏହି ଯାତ୍ରାରେ ନାରାୟଣ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣଟକ ଓ ତାମିଲନାଡୁ ଦେଇ ରାମସେତୁରେ ପହଞ୍ଚିଥିଲେ। ଏହାପୂର୍ବରୁ ମଧ୍ୟ ନାରାୟଣ ଭାରତ-ପାକିସ୍ତାନ ସୀମା ଯାଏଁ ସାଇକେଲ ଯାତ୍ରା କରିସାରିଛନ୍ତି।

ଏହା ଜାଣିବା ପରେ ଅଭିନେତା ସୋନୁ ସୁଦ ରବବାର ଦିନ ମୁମ୍ବାଇ ସ୍ଥିତ ତାଙ୍କ ଘରେ ଜବରା ଫ୍ୟାନ ନାରାୟଣ ବ୍ୟାସଙ୍କୁ ଭେଟିଛନ୍ତି। ସେ ତାଙ୍କୁ ଦେଖାସାକ୍ଷାତ କରିବା ସହ ନାରାୟଣଙ୍କ ସାହସ ବଢ଼ାଇଛନ୍ତି। ଏଥିସହ ସୋନୁ ତାଙ୍କୁ ଶଭେଚ୍ଛା ମଧ୍ୟ ଜଣାଇଛନ୍ତି।

Bollywood Sonu Sood