ଦଲେର ମେହେନ୍ଦିଙ୍କୁ ଦୁଇ ବର୍ଷ ଜେଲ୍‌

ଚଣ୍ଡିଗଡ: ଗିରଫ ହେଲେ ବଲିଉଡର ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ଦଲେର ମେହେନ୍ଦି। ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨୦୧୮ରେ ଶୁଣାଯାଇଥିବା  ଦୁଇ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି କୋର୍ଟ। ୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଗାୟକ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର […]

daler-mehndi

daler-mehndi

Madhupriya Mistry
  • Published: Thursday, 14 July 2022
  • Updated: 14 July 2022, 05:55 PM IST

Sports

Latest News

ଚଣ୍ଡିଗଡ: ଗିରଫ ହେଲେ ବଲିଉଡର ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ଦଲେର ମେହେନ୍ଦି। ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨୦୧୮ରେ ଶୁଣାଯାଇଥିବା  ଦୁଇ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି କୋର୍ଟ।

୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଗାୟକ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦିଙ୍କ ୨ ବର୍ଷ ଜେଲଦଣ୍ଡା ଦେଶକୁ କାଏମ୍‌ ରଖିଛନ୍ତି। ଏହାପରେ ତାଙ୍କୁ ପୁଲିସ ଗିରଫ କରି ଜେଲ୍‌ ନେଇଯାଇଛି। ତେବେ ସେ ଏହା ବିରୋଧରେ ପଞ୍ଜାବ ହରିୟାଣା ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ୨୦୦୩ ର ଏହି ମାମଲାରେ ଦଲେରଙ୍କୁ ଏଭଳି ସଜା ଶୁଣାଇବା ପରେ ପୋଲିସ ତୁରନ୍ତ ଦଲେରଙ୍କୁ ହେପାଜତକୁ ନେଇଛି ।

୨୦୦୩ ରେ ଦଲେର ମେହେନ୍ଦିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପଞ୍ଜାବ ବେଡା ଗାଁର ବକ୍ସିସ ସିଂହଙ୍କ ଅଭିଯୋଗ ଆଧାରରେ ଦଲେର ମେହେନ୍ଦି ଓ ତାଙ୍କ ଭାଇ ଶମସେର ମେହେନ୍ଦି ଓ ବୁଲବୁଲ ମେହେଟାଙ୍କ ବିରୋଧରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଦଲେର ମେହେନ୍ଦି ଓ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ କରାଯାଇଥିଲା।

୧୯୯୮ ଓ ୧୯୯୯ ବେଳେ ଦଲେର ମେହେନ୍ଦି ଅତି କମ୍‌ରେ ୧୦ ଜଣଙ୍କୁ ଅବୈଧ ରୂପେ ସାନ୍‌ ଫ୍ରାନ୍ସିସ୍କୋ ଓ ନ୍ୟୁ ଜର୍ସିକୁ ଚାଲାଣ କରିଥିଲେ। ଏହାପରେ ଦଲେର ମେହେନ୍ଦି ଓ ତାଙ୍କ ଦିବଙ୍ଗତ ଭାଇ ଶମସେର ସିଂହଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଥିଲା। ଏହାପରେ ଦୁଇ ଭାଇଙ୍କ ବିରୋଧରେ ଏକାଧିକ ଅଭିଯୋଗ ଥିବା ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, ଦୁଇ ଭାଇ ଲୋକଙ୍କୁ ବିଦେଶ ପଠାଇବା ପାଇଁ ୧ କୋଟି ଟଙ୍କା ଚାର୍ଜ କରୁଥିଲେ। ୨୦୦୬ରେ ଦିଲ୍ଲୀର କନଟ୍‌ ପ୍ଲେସରେ ତାଙ୍କ ଅଫିସରେ ରେଡ୍‌ ହୋଇଥିଲା। ଚଢ଼ାଉ ବେଳେ ଅଫିସରୁ ବୁପିଳ ଟଙ୍କା ମଧ୍ୟ ଜବତ ହୋଇଥିଲା। ୨୦୧୮ରେ ପଞ୍ଜାବର ପଟିଆଲା କୋର୍ଟ ଦଲେରଙ୍କୁ ୨୦୦୩ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତେବେ କୋର୍ଟ ସଜା ଶୁଣାଇବାର ମାତ୍ର ୩୦ ମିନିଟ୍‌ ଭିତରେ ଦଲେରଙ୍କୁ ଜାମିନ ମିଳି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos