Advertisment

ଜେଲ୍‌ ଗଲେ ଅଭିନେତା ଦଲିପ ତାହିଲ

୬୫ ବର୍ଷୀୟ ଏହି ଅଭିନେତାଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
Dalip Tahil

Dalip Tahil

Advertisment

ଜେଲ୍‌ ଗଲେ ବଲିଉଡର ଭେଟେରାନ୍‌ ଅଭିନେତା ଦଲିପ ତାହିଲ। ୬୫ ବର୍ଷୀୟ ଏହି ଅଭିନେତାଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୫ ବର୍ଷ ତଳର ଏକ ପୁରୁଣା ମାମଲାକୁ ନେଇ ତାଙ୍କୁ ଏହି ସଜା ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ଆରମ୍ଭ ହୋଇଯାଇଛି।

Advertisment

ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶ ଦଣ୍ଡିତ କରାଯାଇଛି। ୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ। ନିଜ କାର୍‌ରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲେ। ଏଥିରେ ବସିଥିବା ଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଥିଲେ। ଏହାପରେ ପୀଡିତମାନେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ।

କେବଳ ସେତିକି ନୁହେଁ ଅଭିନେତା ଜଣକ ପୀଡିତଙ୍କ ସହ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦଲିପ ତାହିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେତେବେଳେ ତାଙ୍କୁ ଖାର ପୁଲିସ ଷ୍ଟେସନରେ ଗିରଫ ମଧ୍ୟ କରାଯାଇଥିଲା। ପରେ ଜାମିନରେ ଦଲିପ ମୁକୁଳି ଯାଇଥିଲେ। ଏବେ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଦଲିପଙ୍କୁ ୨ ମାସ ଜେଲରେ ରହିବାକୁ ପଡିବ।

Advertisment

୯୦ ଦଶକର ବେଶ୍‌ ଜଣାଶୁଣା ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦଲିପ ତାହିଲ। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନେଗେଟିଭ ରୋଲ ପାଇଁ ସେ ବେଶ୍‌ ପରିଚିତ। ସେ ବଲିଉଡର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ବାଜିଗର, କୟାମତ ସେ କୟାମତ ତକ୍‌, ଇସ୍କ, ରା.ଓ୍ୱନ୍‌, କହୋନା ପ୍ୟାର୍‌ ହୈ, ଆଖିର ରାସ୍ତା, ଦୌଲତ କି ଜଙ୍ଗ ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ ବଳରେ ସେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Bollywood News Bollywood Dalip Tahil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe