Advertisment

ଆଖି ବୁଜିଲେ 'ଦଙ୍ଗଲ' ଅଭିନେତ୍ରୀ

୧୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି।

ଅଦ୍ୟତନ ହୋଇଛି
Suhani Bhatnagar

Suhani Bhatnagar

Advertisment

ଆଉ ନାହାନ୍ତି ବଲିଉଡର ସୁପରହିଟ୍‌ ଫିଲ୍ମ 'ଦଙ୍ଗଲ'ର ଅଭିନେତ୍ରୀ। ଫିଲ୍ମରେ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଚାଇଲ୍ଡ ଆର୍ଟିଷ୍ଟ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

Advertisment

ସୂଚନାନୁସାରେ, କିଛି ଦିନ ପୂର୍ବେ ସୁହାନୀ ଭଟ୍ଟନାଗରଙ୍କ ଗୋଡରେ ଆଘାତ ଲାଗିଥିଲା। ତାଙ୍କ ଗୋଡରେ ହୋଇଥିବା ଫ୍ୟାକ୍ଚରର ସେ ଚିକିତ୍ସା କରାଇଥିଲେ। ତେବେ ସେ ଏଥିପାଇଁ ଖାଉଥିବା ଔଷଧରୁ ସାଇଡ୍‌ ଇଫେକ୍ଟ ହେବା ଆରମ୍ଭ ହୋଇଥିଲା। କୁହାଯାଉଛି ଯେ ଅଭିନେତ୍ରୀଙ୍କ ଶରୀରରେ ଫ୍ଲୁଇଡ୍‌ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

ସେ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭୁଲ୍‌ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଫରିଦାବାଦରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସେପଟେ ଅଭିନେତ୍ରୀ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବି-ଟାଉନ୍‌ର ଶୋକରଛାୟା ଖେଳିଯାଇଛି। 

Advertisment

ସୁହାନୀଙ୍କ ମୃତ୍ୟୁ ନେଇ ଆମୀର ଖାନ୍‌ଙ୍କ ପ୍ରଡକ୍ସନ ହାଉସ ତରଫରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦିଆଯାଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ଯୋଗୁ ପ୍ରଡକ୍ସନ ହାଉସକୁ ଜୋରଦାର ଝଟ୍‌କା ଲାଗିଛି। ସୁହାନୀ ସର୍ବଦା ତାଙ୍କ ପାଇଁ ଷ୍ଟାର୍‌ ଥିଲେ ଓ ରହିବେ ବୋଲି ଆମୀର ଖାନ୍‌ଙ୍କ ପ୍ରଡକ୍ସନ ହାଉସ କହିଛି। 

ଫିଲ୍ମ 'ଦଙ୍ଗଲ'ରୁ ସୁହାନୀ ଭଟ୍ଟନାଗର ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଛୋଟ ବବିତା ଫୋଗଟ୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଆମୀର ଖାନ୍‌, ସାକ୍ଷୀ ତନ୍‌ଓ୍ୱର ଓ ଜାଏରା ଓ୍ୱସିମଙ୍କ ସହ ନଜର ଆସିଥିଲେ। ସେ ଏହି ଫିଲ୍ମରେ ଦମଦାର ଅଭିନୟ କରି ଚାରିଆଡୁ ପ୍ରଶଂସା ସାଉଁଟିଥିଲେ। ଦଙ୍ଗଲ ଫିଲ୍ମ ପରେ ସୁହାନୀ ଅନେକ ଟିଭି ବିଜ୍ଞାପନରେ ନଜର ଆସିଥିଲେ। ଏହାପରେ ଛି ସମୟ ପାଇଁ ସେ ଅଭିନୟ ଛାଡି ନିଜ ପାଠ ପଢ଼ା ଉପରେ ଫୋକସ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। 

Suhani Bhatnagar Passes Away Film Dangal Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe