Advertisment

ପ୍ରଥମଥର ଏକାଠି ହେବେ ଦୀପିକା-ପ୍ରଭାସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର। ସିଲଭର ସ୍କ୍ରିନରେ ପ୍ରଥମଥର ପାଇଁ ଏକାଠି ହେବାକୁ ଯାଉଛନ୍ତି ଏହି ଦୁଇ କଳାକାର। ପାନ୍ ଇଣ୍ଡିଆ ଫିଲ୍ମ ଦୁହିଁଙ୍କୁ ଏକାଠି କରିବାକୁ ଚାହୁଁଛି। ରିପୋର୍ଟ ଅନୁସାରେ, ଫିଲ୍ମ ନିର୍ମାତା ଖୁବଶୀଘ୍ର ଦୁହିଁଙ୍କର କାଷ୍ଟକୁ ନେଇ ଘୋଷଣା କରିପାରନ୍ତି। ଫିଲ୍ମର ଟାଇଟଲ ରହିବ ‘ପ୍ରଭାସ ୨୧’। ଏହି ବଡ଼ ବଜେଟର ଫିଲ୍ମକୁ ଫିଲ୍ମ ନିର୍ମାତା ନାଗ ଅଶ୍ୱିନୀ ତୃତୀୟ […]

ପ୍ରଥମଥର ଏକାଠି ହେବେ ଦୀପିକା-ପ୍ରଭାସ

prabhas-deepika

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର। ସିଲଭର ସ୍କ୍ରିନରେ ପ୍ରଥମଥର ପାଇଁ ଏକାଠି ହେବାକୁ ଯାଉଛନ୍ତି ଏହି ଦୁଇ କଳାକାର। ପାନ୍ ଇଣ୍ଡିଆଫିଲ୍ମ ଦୁହିଁଙ୍କୁ ଏକାଠି କରିବାକୁ ଚାହୁଁଛି।

Advertisment

ରିପୋର୍ଟ ଅନୁସାରେ, ଫିଲ୍ମ ନିର୍ମାତା ଖୁବଶୀଘ୍ର ଦୁହିଁଙ୍କର କାଷ୍ଟକୁ ନେଇ ଘୋଷଣା କରିପାରନ୍ତି। ଫିଲ୍ମର ଟାଇଟଲ ରହିବ 'ପ୍ରଭାସ ୨୧'

prabhas

ଏହି ବଡ଼ ବଜେଟର ଫିଲ୍ମକୁ ଫିଲ୍ମ ନିର୍ମାତା ନାଗ ଅଶ୍ୱିନୀ ତୃତୀୟ ବିଶ୍ଵଯୁଦ୍ଧର କାହାଣୀକୁ ନେଇ ନିର୍ମାଣ କରିବେ। ଯେଉଁଥିରେ ଫ୍ୟାନ୍ସଙ୍କୁ ଦୀପିକା ଓ ପ୍ରଭାସଙ୍କ ଅଭିନୟ ଦେଖିବାକୁ ମିଳିବ।

Advertisment

ଫିଲ୍ମର ପ୍ରି-ପ୍ରଡସ୍କନ କାମ ଆରମ୍ଭ ହୋଇସାରିଛି। ଆଗାମୀ ଏପ୍ରିଲରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ୨୦୨୨ରେ ଫିଲ୍ମଟି ରିଲିଜ ହେବ। କିନ୍ତୁ କୋଭିଡ ୧୯ର ପରିସ୍ଥିତିକୁ ଅନୁଧ୍ୟାନ କରି ଫିଲ୍ମ ମେକର୍ସ ଏହାର ନିଷ୍ପତ୍ତି ନେବେ।

deepika

ଶେଷଥର ପାଇଁ ଦୀପିକା ପାଦୁକୋନଙ୍କୁ ମେଘନା ଗୁଲଜାରଙ୍କ ଫିଲ୍ମ 'ଛପାକ'ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ଜାନୁଆରୀରେ ରିଲିଜ ହୋଇଥିଲା। ସେହିପରି ବାହୁବଳୀ ପ୍ରଭାସଙ୍କୁ ଫିଲ୍ମ 'ସାହୋ'ରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁର ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା।

ଏବେ କେବଳ ଦେଖିବାକୁ ବାକି ରହିଲା ସିଲଭର ସ୍କ୍ରିନରେ ପ୍ରଭାସ ଓ ଦୀପିକାଙ୍କ ଯୋଡ଼ି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।

Deepika Padukone Prabhas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe