Advertisment

'ଫାଇଟର'ର ପ୍ରଥମ ଗୀତ ରିଲିଜ୍ ଡେ'ରେ ତିରୁପତିଙ୍କ ଦର୍ଶନ କଲେ ଦୀପିକା ପାଦୁକୋନ

ଗୀତରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନୀଲ କପୁରଙ୍କ ସମେତ ଅନ୍ୟ କଳାକାରମାନେ ନଜର ଆସିଛନ୍ତି।

author-image
Debibandita Barick
Deepika Padukon

Deepika Padukon

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ 'ଫାଇଟର'ର ପ୍ରଥମ ଗୀତ ରିଲିଜ୍ ହୋଇଛି। ଫାଷ୍ଟ୍ ଟ୍ରାକ୍ ଆଉଟ୍ ହେବା ପରେ ତିରୁପତି ଦର୍ଶନ କରିଛନ୍ତି ଦୀପିକା ପାଦୁକୋନ। ଦୀପିକା ଭଉଣୀ ଅନିଶାଙ୍କ ସହ ତିରୁମାଳା ଯାଇଥିବା ଦେଖିବାକୁ ମିଳିଛି। ତିରୁମାଳାରେ ଦୀପିକା ଦର୍ଶନ କରିବା ସମୟର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। 

Advertisment

ଡିସେମ୍ବର 15ରେ ଗୀତ ରିଲିଜ୍ ହେବା ନେଇ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଥିଲେ ଦୀପିକା। ଗୀତରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନୀଲ କପୁରଙ୍କ ସମେତ ଅନ୍ୟ କଳାକାରମାନେ ନଜର ଆସିଛନ୍ତି। ଗୀତ ରିଲିଜ୍ ହେବାର 3 ଘଣ୍ଟା ମଧ୍ୟରେ ଏହାକୁ ଦେଢ ଲକ୍ଷ ଲୋକ ଦେଖି ସାରିଥିଲେ। 

Advertisment

ଆସନ୍ତା ବର୍ଷ ଜାନୁଆରୀ 25ରେ ଫାଇଟର୍ ରିଲିଜ୍ ହେବ। ଏହା ଏକ ଆକ୍ସନ୍ ସିନେମା। ଇଣ୍ଡିଆନ୍ ଏୟାର୍ ଫୋର୍ସ ଉପରେ ଫିଲ୍ମଟି ଆଧାରିତ ହୋଇଥିବା ଅନୁମାନ କରାଯାଉଛି।

ସିଦ୍ଧାର୍ଥ ଆନନ୍ଦ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକଚର୍ ପ୍ରଯୋଜନା ଭାର ତୁଲାଇଛନ୍ତି। ଗତ ସପ୍ତାହରେ ସିନେମାର ଟିଜର ରିଲିଜ୍ ହୋଇଥିଲା। 

Deepika Padukone Fighter First Song Release Fighter Deepika Padukone In Tirumala