Advertisment

ବନ୍ଧୁକ ଉଠାଇଲେ ଦୀପିକା

ମୁମ୍ବାଇ: ବନ୍ଧୁକ ଉଠାଇଲେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା। ହାତରେ ବନ୍ଧୁକ ଧରି କଲେ ଟାର୍ଗେଟ୍‌। ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ର ରିଲିଜ ହୋଇଛି ନୂଆ ପୋଷ୍ଟର। ଏହି ପୋଷ୍ଟରେ ଏଭଳି କିଛି ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ମସ୍ତାନୀ ଗାର୍ଲ ଦୀପିକା। ଦୀପିକାଙ୍କ ଏହି ନୂଆ ଲୁକ୍‌ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି। ଏହି ପୋଷ୍ଟରକୁ ଖୋଦ୍‌ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘ଟାଡା!’ […]

author-image
Madhupriya Mistry
ବନ୍ଧୁକ ଉଠାଇଲେ ଦୀପିକା

Deepika-padukone

ମୁମ୍ବାଇ: ବନ୍ଧୁକ ଉଠାଇଲେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା। ହାତରେ ବନ୍ଧୁକ ଧରି କଲେ ଟାର୍ଗେଟ୍‌। ବହୁ ଚର୍ଚ୍ଚିତ ଫିଲ୍ମ 'ପଠାନ'ର ରିଲିଜ ହୋଇଛି ନୂଆ ପୋଷ୍ଟର। ଏହି ପୋଷ୍ଟରେ ଏଭଳି କିଛି ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ମସ୍ତାନୀ ଗାର୍ଲ ଦୀପିକା।

Advertisment

ଦୀପିକାଙ୍କ ଏହି ନୂଆ ଲୁକ୍‌ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି। ଏହି ପୋଷ୍ଟରକୁ ଖୋଦ୍‌ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, 'ଟାଡା!' ଜନ୍‌ ଅବ୍ରାହମ ଲେଖିଛନ୍ତି, 'ରୁକୋ, ଦେଖୋ, ସୁଟ୍‌'। ସେହିପରି ଶାହାରୁଖ ଖାନ ଲେଖିଛନ୍ତି, ' ଉସେ ତୁମ୍‌ହେ ମାରନେ କେ ଲିଏ ବୁଲେଟ୍‌ କି ଜରୁରତ ନେହିଁ ହୈ।'

ଯେବେଠୁ ଶାହାରୁଖ ଖାନ୍‌ଙ୍କ ଫିଲ୍ମ 'ପଠାନ'ର ଘୋଷଣା ହୋଇଛି, ସେବେଠୁ ତାଙ୍କ ଫ୍ୟାନ୍‌ମାନେ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଗତ ମାସରେ ଶାହାରୁଖ ଖାନ୍‌ଙ୍କ ଲୁକ୍‌ ଏବଂ ମୋସନ ପୋଷ୍ଟର ସାମ୍ନାକୁ ଆସିଥିଲା। ଏବେ ଫିଲ୍ମରେ ଦୀପିକା ପାଦୁକୋନ୍‌ଙ୍କ ମୋସନ ପୋଷ୍ଟର ଓ ଲୁକ୍‌ ସାମ୍ନାକୁ ଆସିଛି। ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ପୋଷ୍ଟରକୁ ରିଲିଜ କରାଯାଇଛି।

Advertisment

ଫ୍ୟାନ୍‌ମାନେ ଏବେ ପଠାନ୍‌ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ରିଲିଜ ହେବାକୁ ଆହୁରି ୬ ମାସ ବାକି ଅଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମ ଜରିଆରେ ଶାହାରୁଖ ଖାନ୍‌ ୫ ବର୍ଷ ପରେ ସିଲଭର ସ୍କ୍ରିନ୍‌କୁ କମ୍‌ବ୍ୟାକ୍‌ କରିବେ। ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଉଥିବା ବେଳେ ଏହାକୁ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ କରାଯିବ। ଫିଲ୍ମର ଲିଡ୍‌ ରୋଲ୍‌ରେ ଶାହାରୁଖ ଓ ଦୀପିକାଙ୍କ ବ୍ୟତୀତ ଜନ୍‌ ଅବ୍ରାହମ ମଧ୍ୟ ଅଛନ୍ତି।