ଗୁରୁତର ରୋଗରେ ପୀଡିତ ଦୀପିକା, ଖୁଲାସା କଲେ ରଣବୀର

ମୁମ୍ବାଇ: ବଲିଉଡର ମସ୍ତାନୀ ଗାର୍ଲ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିକଟରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ ସୁଧାର ଆସିଛି। ଏହାପୂର୍ବରୁ ମଧ୍ୟ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୀପିକା କାହିଁକି ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କ’ଣ ହୋଇଛି ତାଙ୍କର? ଏ ସବୁର ଖୁଲାସା କରିଛନ୍ତି ତାଙ୍କ ସ୍ୱାମୀ ରବଣୀର ସିଂହ। ଗୁରୁତର ରୋଗରେ ପୀଡିତ ଦୀପିକା ପାଦୁକୋନ୍‌। ତାଙ୍କୁ ହୃଦ୍‌ […]

Deepika

Madhupriya Mistry
  • Published: Thursday, 29 September 2022
  • , Updated: 29 September 2022, 02:16 PM IST

ମୁମ୍ବାଇ: ବଲିଉଡର ମସ୍ତାନୀ ଗାର୍ଲ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିକଟରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ ସୁଧାର ଆସିଛି। ଏହାପୂର୍ବରୁ ମଧ୍ୟ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୀପିକା କାହିଁକି ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କ'ଣ ହୋଇଛି ତାଙ୍କର? ଏ ସବୁର ଖୁଲାସା କରିଛନ୍ତି ତାଙ୍କ ସ୍ୱାମୀ ରବଣୀର ସିଂହ।

ଗୁରୁତର ରୋଗରେ ପୀଡିତ ଦୀପିକା ପାଦୁକୋନ୍‌। ତାଙ୍କୁ ହୃଦ୍‌ ଜନିତ ସମସ୍ୟା ରହିଛି। ନିକଟରେ ଦୀପିକାଙ୍କ ଅବସ୍ଥା ବିଗିଡିବା ପରେ ହସ୍ପିଟାଲରେ ଭିନ୍ନ ଭିନ୍ନ ପ୍ରକାରର ଟେଷ୍ଟ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେଉଛି। ତାଙ୍କ ହାର୍ଟ ରେଟ୍‌ ବଢ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ହାଇଦ୍ରାବାଦରେ ଫିଲ୍ମ ଶୁଟିଂ ବେଳେ ମଧ୍ୟ ଦୀପିକାଙ୍କୁ ସମାନ ସମସ୍ୟା ଭୋଗିବାକୁ ପଡିଥିଲା। ଏହାପରେ ତାଙ୍କୁ ଶୁଟିଂସେଟ୍‌ରେ ହସ୍ପିଟାଲକୁ ନିଆଯାଇଥିଲା। ଦୀପିକା ଏବେ ହୃଦସ୍ପନ୍ଦନ ବୃଦ୍ଧି ଅର୍ଥାତ୍ ଡାକ୍ତରୀ ଭାଷାରେ 'ହାର୍ଟ ଏରିଦମିୟା' ରୋଗ ପୀଡିତ ବୋଲି ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରଣବୀର କହିଛନ୍ତି।

ସୂଚନା ଅନୁଯାୟୀ, 'ହାର୍ଟ ଏରିଦମିୟା' ଏକ ହୃଦ୍‌ ଜନିତ ରୋଗ। ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ହୃଦସ୍ପନ୍ଦନର ହାର ଏବଂ ଗତି ଅଧିକ ବଢ଼ିଯାଏ। ହାର୍ଟ ରେଟ୍‌ରେ ବା ଇଲେକ୍ଟ୍ରିକଲ ଇମ୍ପଲ୍ସରେ ସମସ୍ୟା ହେତୁ ଏରିଦମିୟା ସମସ୍ୟା ଦେଖାଦେଇଥାଏ। ଅଧିକାଂଶ ମାମଲାରେ ଯେଉଁମାନେ ହାର୍ଟ ଏରିଦମିୟା ରୋଗରେ ପୀଡିତ ସେମାନଙ୍କର ସେତେଟା କୌଣସି କ୍ଷତି ହୋଇନଥାଏ। କିନ୍ତୁ ଯେତେବେଳେ ଏହି ସମସ୍ୟା ମସ୍ତିଷ୍କ, ଫୁସଫୁସ, ହୃଦୟ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି କରେ, ସେତେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡାକ୍ତରମାନେ କହିଛନ୍ତି।

https://twitter.com/rs____321/status/1574763645581533184?s=20&t=sXNazc4FWT7X60WvrLKThg

Related story