Advertisment

ମା' ହେବେ ଦୀପିକା!

ଦୀପିକା ଓ ରଣବୀରଙ୍କ ଜଣେ ଘନିଷ୍ଠ ବନ୍ଧୁ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଗୁଡ୍‌ନ୍ୟୁଜ୍‌ ସେୟାର କରିଛନ୍ତି।

author-image
Madhupriya Mistry
Deepika Padukone

Deepika Padukone

ମା' ହେବେ ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। ଖୁବଶୀଘ୍ର ରଣବୀର ସିଂହ ଓ ଫାଇଟର ଗାର୍ଲ ଦୀପିକାଙ୍କ ଘରକୁ ଆସିବେ କୁନି ସଦସ୍ୟ। ବିବାହର ୫ ବର୍ଷ ପରେ ଏହି ଦୁଇ ଷ୍ଟାର୍‌ ବାପା-ମା' ହେବାକୁ ଯାଉଛନ୍ତି। ଏ କଥା ଆମେ କହୁନୁ, ଦୀପିକା ଓ ରଣବୀରଙ୍କ ଜଣେ ଘନିଷ୍ଠ ବନ୍ଧୁ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଗୁଡ୍‌ନ୍ୟୁଜ୍‌ ସେୟାର କରିଛନ୍ତି।

Advertisment

ନିକଟରେ ଲଣ୍ଡନରେ ଆୟୋଜିତ ୭୭ତମ BAFTA ଆଓ୍ୱାର୍ଡ ସେରେମୋନିରେ ନଜର ଆସିଥିଲେ ଦୀପିକା ପାଦୁକୋନ। ଏଥିରେ ସେ ସବ୍ୟସାଚୀଙ୍କ ଡିଜାଇନର ଶାଢ଼ି ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଓହ୍ଲାଇଥିଲେ। ଏହି ସମୟରେ ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହାପର ଠାରୁ ସେ କୁଆଡେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଚର୍ଚ୍ଚା ଉପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ମୋହର ମାରିଛନ୍ତି।

ମାଗାଜିନ୍‌ ଦ ଓ୍ୱିକ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଜଣେ ଘନିଷ୍ଠ ବନ୍ଧୁ ଦୀପିକା ପ୍ରେଗନାଣ୍ଟ ଥିବା ନେଇ କନ୍‌ଫର୍ମ କରିଛନ୍ତି। ଦୀପିକାଙ୍କ ସେକେଣ୍ଡ ଟ୍ରାୟମିଷ୍ଟର ଚାଲିଛି। ଅର୍ଥାତ ଅଭିନେତ୍ରୀ ୪ ମାସର ଗର୍ଭବତୀ ଥିବା ସେ କହିଛନ୍ତି। 

Advertisment

କିଛି ଦିନ ତଳେ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୀପିକା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଦୀପିକା ୪ ମାସରୁ ଅଧିକ ସମୟ ହେବ ଗର୍ଭବତୀ ଅଛନ୍ତି। ତେବେ ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ଦୀପିକା କିମ୍ବା ରଣବୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଦୀପିକା BAFTA ସେରେମୋନି ପ୍ରେଜେଣ୍ଟର ରୂପେ ସାମିଲ ହୋଇଥିଲେ। ଏହି ସମୟରେ ସେ ସବ୍ୟସାଚୀଙ୍କ ଡିଜାଇନ୍‌ କରାଯାଇଥିବା ଧଳା ରଙ୍ଗର ଶିମର୍‌ ଶାଢ଼ି ପିନ୍ଧିଥିଲେ। ସେରେମୋନି ବେଳେ ଦୀପିକାଙ୍କ ଅନେକ ଫଟୋ ଭାଇରାଲ ହୋଇଥିଲା।

Bollywood News Bollywood Deepika Padukone Ranvir Singh