Advertisment

ପଦ ଛାଡ଼ିଲେ ଦୀପିକା

ମୁମ୍ବାଇ: ପଦ ଛାଡିଲେ ବଲିଉଡର ପଦ୍ମାବତୀ। ଇସ୍ତଫା ଦେଲେ ଦୀପିକା ପାଦୁକୋନ୍। ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ରୁ ସେ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ଏନେଇ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିବୃତ୍ତି ଜାରି କରି ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଦୀପିକା କହିଛନ୍ତି, ସେ ଆଉ MAMI ର ସଭାପତି ଭାବରେ ନିଜ କାର୍ଯ୍ୟ ଜାରି ରଖିବେ ନାହିଁ। ପଦ୍ମାବତ ଅଭିନେତ୍ରୀ ତାଙ୍କ ବିବୃତ୍ତିରେ ଖୁଲାସା କରିଛନ୍ତି […]

ପଦ ଛାଡ଼ିଲେ ଦୀପିକା

Deepika padukone

Advertisment

ମୁମ୍ବାଇ: ପଦ ଛାଡିଲେ ବଲିଉଡର ପଦ୍ମାବତୀ। ଇସ୍ତଫା ଦେଲେ ଦୀପିକା ପାଦୁକୋନ୍। ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ରୁ ସେ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ଏନେଇ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିବୃତ୍ତି ଜାରି କରି ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

Advertisment

ଦୀପିକା କହିଛନ୍ତି, ସେ ଆଉ MAMI ର ସଭାପତି ଭାବରେ ନିଜ କାର୍ଯ୍ୟ ଜାରି ରଖିବେ ନାହିଁ। ପଦ୍ମାବତ ଅଭିନେତ୍ରୀ ତାଙ୍କ ବିବୃତ୍ତିରେ ଖୁଲାସା କରିଛନ୍ତି ଯେ, ନିଜ କାମର ବ୍ୟସ୍ତ ବହୁଳତା ଭିତରେ ସେ ଆଉ ଏହି ଚେୟାରମ୍ୟାନ୍‌ ପଦବୀକୁ ଠିକ୍‌ ରୂପେ ତୁଲାଇ ପାରିବେ ନାହିଁ କି ଏହା ଉପରେ ଆଉ ଧ୍ୟାନ ଦେଇପାରିବେ ନାହିଁ।

[caption id="attachment_635003" align="aligncenter" width="650"]Deepika Resigns ଦୀପିକା ପଦ ଛାଡିଥିବା ନେଇ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଫଟୋ ସେଆର କରି ସୂଚନା ଦେଇଛନ୍ତି।[/caption]

Advertisment

ସେ ଆହୁରି କହିଛନ୍ତି ଯ, MAMIରେ ନିଜ ଭୂମିକାରୁ ତାଙ୍କୁ ଯେଉଁ ଅନୁଭବ ମିଳିଛି, ତାହା ତାଙ୍କ ପାଇଁ ସମୃଦ୍ଧ ଥିଲା। MAMI ତାଙ୍କ ସହ ସମ୍ପର୍କ ଜାରି ରଖିବେ ବୋଲି ସେ ଆଶା କରିଛନ୍ତି। ଏହି ଏକାଡେମୀ ସହ ମୋର ସମ୍ପର୍କ ସାରା ଜୀବନ ରହିବ ବୋଲି ମସ୍ତାନୀ ଗାର୍ଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କ ସ୍ଥାନରେ ଦୀପିକାଙ୍କୁ MAMIର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଯାଇଥିଲା।

ବର୍ତ୍ତମାନ ଦୀପିକାଙ୍କ ହାତରେ ଅନେକ ବଡ ବଡ ଫିଲ୍ମ ରହିଛି। ନିକଟରେ ସେ ଅମିତାଭ ବଚ୍ଚନଙ୍କ ସହ ଆଉ ଏକ ଫିଲ୍ମରେ କାମ କରିବା ନେଇ ଘୋଷଣା କରିଥିଲେ। ଏହି ଫିଲ୍ମଟି ରବର୍ଟ ଡିନିରୋ ଏବଂ ଏନି ହାଥୱେ ଦ୍ୱାରା ଅଭିନିତ ହଲିଉଡ ଫିଲ୍ମ `ଇଣ୍ଟର୍ଣ୍ଣ'ର ରିମେକ୍‌। ନିକଟରେ ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ଏହାପୂର୍ବରୁ ବିଗ୍-‌‌ବି ଏବଂ ଦୀପିକା ଫିଲ୍ମ `ପିକୁ' ଓ `ଆରକ୍ଷଣ'ରେ ଏକାଠି କାମ କରିସାରିଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe