ଅଭିନେତ୍ରୀ ଦୀପିକା ପାଦୁକୋନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଅସୁସ୍ଥ ହୋଇଛନ୍ତି। ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଟିମ୍‌ ପକ୍ଷରୁ ଏଯାଏ ଅସୁସ୍ଥତା ସମ୍ପର୍କରେ କୌଣସି ବିଧିବଦ୍ଧ ବିବୃତି ଜାରି କରାଯାଇ ନାହିଁ। କିନ୍ତୁ ହସ୍ପିଟାଲରେ ଦୀପିକାଙ୍କର ଏକାଧିକ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଦୀପିକାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପିକା ହଠାତ୍‌ […]

deepika

deepika

Hemant Lenka
  • Published: Wednesday, 28 September 2022
  • Updated: 28 September 2022, 08:50 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଅସୁସ୍ଥ ହୋଇଛନ୍ତି। ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଟିମ୍‌ ପକ୍ଷରୁ ଏଯାଏ ଅସୁସ୍ଥତା ସମ୍ପର୍କରେ କୌଣସି ବିଧିବଦ୍ଧ ବିବୃତି ଜାରି କରାଯାଇ ନାହିଁ। କିନ୍ତୁ ହସ୍ପିଟାଲରେ ଦୀପିକାଙ୍କର ଏକାଧିକ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଦୀପିକାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପିକା ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର କ’ଣ ସମସ୍ୟା ରହିଛି, ସେକଥା ଜଣାପଡ଼ିନି।

ଗତ ଜୁନ ମାସରେ ଦୀପିକା ହାଇଦ୍ରାବାଦରେ ଫିଲ୍ମ କେ’ର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ହଠାତ୍‌ ତାଙ୍କ ହୃଦସ୍ପନ୍ଦନ ବଢ଼ିଯିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟକୁ ଫେରିଥିଲେ। ଏବେ ସେ ପୁଣି ମୁମ୍ବାଇରେ ଅସୁସ୍ଥ ହେବାରୁ ହସ୍ପିଟାଲ ଯାଇଛନ୍ତି।

ଦୀପିକାଙ୍କ ପରବର୍ତ୍ତୀ ଫିଲ୍ମ ପଠାନ ଜାନୁଆରୀ ୨୫ରେ ରିଲିଜ ହେବ। ଏଥିରେ ଦୀପିକାଙ୍କ ହିରୋ ଭାବେ ଶାହରୁଖ ଖାନ ନଜର ଆସିବେ। ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଜନ ଆବ୍ରାହମ ରହିଛନ୍ତି।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିକ ଏହି ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲା କରିବ। ପଠାନ ବ୍ୟତୀତ ଦୀପିକାଙ୍କ କେ’ ଫିଲ୍ମ ମଧ୍ୟ ଆସୁଛି। ଏଥିରେ ଦୀପିକାଙ୍କ ବିପକ୍ଷରେ ସାଉଥ ଷ୍ଟାର ପ୍ରଭାସ ରହିଛନ୍ତି। ହ୍ରିତିକ ରୋଶନଙ୍କ ଫାଇଟରର ମଧ୍ୟ ଦୀପିକାଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos