ଦୀପିକା ପାଦୁକୋଣ କରୋନାରେ ଆକ୍ରାନ୍ତ, ହସ୍ପିଟାଲରେ ପିତା ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଓ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ପିତା ପ୍ରକାଶ ପାଦୁକୋଣ କରୋନାରେ ଆକ୍ରାନ୍ତ ହେବା ପରେ ବେଙ୍ଗାଲୁରୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ପାଦୁକୋଣ ଧିରେ ଧିରେ ସଂକ୍ରମଣରୁ ସୁସ୍ଥ ହେଉଛନ୍ତି । କିନ୍ତୁ ଏବେ ତାଙ୍କ ଝିଅ ଦୀପିକା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କିମ୍ବଦନ୍ତୀ ଶଟଲରଙ୍କ ଘନିଷ୍ଠ ବନ୍ଧୁ ଓ ପ୍ରକାଶ ପାଦୁକୋଣ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ ବିମଳ କୁମାର କହିଛନ୍ତି, ୧୦ ଦିନ […]

prakash-padukone-and-deepik

Ranjit Kumar Jena
  • Published: Tuesday, 04 May 2021
  • , Updated: 04 May 2021, 10:50 PM IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଓ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ପିତା ପ୍ରକାଶ ପାଦୁକୋଣ କରୋନାରେ ଆକ୍ରାନ୍ତ ହେବା ପରେ ବେଙ୍ଗାଲୁରୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ପାଦୁକୋଣ ଧିରେ ଧିରେ ସଂକ୍ରମଣରୁ ସୁସ୍ଥ ହେଉଛନ୍ତି । କିନ୍ତୁ ଏବେ ତାଙ୍କ ଝିଅ ଦୀପିକା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

କିମ୍ବଦନ୍ତୀ ଶଟଲରଙ୍କ ଘନିଷ୍ଠ ବନ୍ଧୁ ଓ ପ୍ରକାଶ ପାଦୁକୋଣ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ ବିମଳ କୁମାର କହିଛନ୍ତି, ୧୦ ଦିନ ତଳେ ପ୍ରକାଶ, ତାଙ୍କ ପତ୍ନୀ ଉଜାଲା ଓ ଦ୍ୱିତୀୟ ଝିଅ ଅନିଶାଙ୍କ ଭିତରେ କରୋନା ଲକ୍ଷଣ ଦେଖାଦେବାରୁ ନିଜ ନିଜର ଟେଷ୍ଟ କରାଇଥିଲେ । ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

୧୯୮୦ରେ ସମ୍ମାନଜନକ ଅଲ୍ ଇଂଲଣ୍ଡ ଚାମ୍ପିୟନଶିପର ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଥିବା ୬୫ ବର୍ଷୀୟ ପ୍ରକାଶଙ୍କୁ ଚଳିତ ସପ୍ତାହ ଶେଷରେ ହସ୍ପିଟାଲରୁ ଡିସଚାର୍ଜ ମିଳିବ । ବିଶ୍ୱ ବ୍ୟାଡମିଣ୍ଟନରେ ସବୁଠାରୁ ସମ୍ମାନିତ କ୍ରୀଡ଼ାବିତଙ୍କ ମଧ୍ୟରୁ ଅନ୍ୟତମ ପ୍ରକାଶ ୧୯୭୦ ଓ ୧୯୮୦ ଦଶକରେ ନିଜ ଖେଳ ଦ୍ୱାରା ଭାରତୀୟ କ୍ରୀଡ଼ାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।

ପ୍ରକାଶଙ୍କ ବଡ଼ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ପତି ରଣବୀର ସିଂହଙ୍କ ସହ ମୁମ୍ବାଇରେ ରହୁଛନ୍ତି । ଦୀପିକା ଓ ରଣବୀରଙ୍କ ଅଭିନୀତ ଫିଲ୍ମ ‘୮୩’ ଫିଲ୍ମ ରିଲିଜ୍ ଅପେକ୍ଷାରେ ଅଛି ।

Related story