ପୁଣି ହଲିଉଡ ମୁଭି ହାତେଇଲେ ଦୀପିକା

ମୁମ୍ବାଇ: ପୁଣି ହଲିଉଡ ମୁହାଁ ବଲିଉଡର ମସ୍ତାନୀ ଗାର୍ଲ। ଆଉ ଏକ ହଲିଉଡ ଫିଲ୍ମରେ ଧମାଲ କରିବେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। ଚଳିତ ଥର ଦୀପିକା ଏହି ଫିଲ୍ମରେ କେବଳ ଅଭିନୟ ନୁହେଁ ବରଂ ତାଙ୍କ ପ୍ରଡକ୍ସନ ବ୍ୟାନର୍‌ରେ ଏହାକୁ ପ୍ରସ୍ତୁତ ମଧ୍ୟ କରିବେ। ପୂର୍ବରୁ ‘XXX: ରିଟର୍ଣ୍ଣ ଅଫ୍‌ ଜେଣ୍ଡର କେଜ୍‌’ ଫିଲ୍ମ ଜରିଆରେ ଦୀପିକା ହଲିଉଡରେ ଡେବ୍ୟୁ କରିଥିଲେ। ୨୦୧୭ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା। ହଲିଉଡ ଅଭିନେତା ଭିନ୍‌ ଡିଜେଲ୍‌ଙ୍କ ସହ […]

Deepika Pdukone

Madhupriya Mistry
  • Published: Tuesday, 31 August 2021
  • , Updated: 31 August 2021, 05:16 PM IST

ମୁମ୍ବାଇ: ପୁଣି ହଲିଉଡ ମୁହାଁ ବଲିଉଡର ମସ୍ତାନୀ ଗାର୍ଲ। ଆଉ ଏକ ହଲିଉଡ ଫିଲ୍ମରେ ଧମାଲ କରିବେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ। ଚଳିତ ଥର ଦୀପିକା ଏହି ଫିଲ୍ମରେ କେବଳ ଅଭିନୟ ନୁହେଁ ବରଂ ତାଙ୍କ ପ୍ରଡକ୍ସନ ବ୍ୟାନର୍‌ରେ ଏହାକୁ ପ୍ରସ୍ତୁତ ମଧ୍ୟ କରିବେ।

ପୂର୍ବରୁ 'XXX: ରିଟର୍ଣ୍ଣ ଅଫ୍‌ ଜେଣ୍ଡର କେଜ୍‌' ଫିଲ୍ମ ଜରିଆରେ ଦୀପିକା ହଲିଉଡରେ ଡେବ୍ୟୁ କରିଥିଲେ। ୨୦୧୭ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା। ହଲିଉଡ ଅଭିନେତା ଭିନ୍‌ ଡିଜେଲ୍‌ଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏଥିରେ ତାଙ୍କୁ ଏକ ଆକ୍ସନ ଗାର୍ଲ ରୂପେ ଦେଖିବାକୁ ମିଳିଥିଲା।

ହେଲେ ଏଥିରା ଦୀପିକାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ମିଡିଆ ରିପୋର୍ଟ ମୁତାବକ, ଦୀପିକା ଯେଉଁ ହଲିଉଡ ମୁଭିରେ କାମ କରିବେ ବର୍ତ୍ତମାନ ଯାଏଁ ତା'ର ଟାଇଟଲ କ'ଣ ରହିବ ତାହା ଜଣାପଡି ନାହିଁ। କିନ୍ତୁ ଏହାକୁ କ୍ରସ୍‌ କଲଚର ରୋମାଣ୍ଟିକ୍‌ କମେଡି ଏସଟିଏକ୍ସ ଫିଲ୍ମ ଦ୍ୱାରା ନିର୍ମାଣ କରାଯିବ। ତେବେ ଏହି ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କେବେ ଏହା ଫ୍ଲୋରକୁ ଆସିବ ତାହା ଦେଖିବାକୁ ବାକି ରହିଲା। ସେପଟେ ଦୀପିକା ପକ୍ଷରୁ କିନ୍ତୁ ପୁଣି ହଲିଉଡ ଫିଲ୍ମରେ କାମ କରିବାକୁ ନେଇ କୌଣସି ସୂଚନା ମିଳିନାହିଁ।

ସୂଚନା ମୁତାବକ, ଦୀପିକା ଫିଲ୍ମ 'ଛପାକ୍‌'ରୁ ପ୍ରଡ୍ୟୁସର ୱାର୍ଲ୍ଡରେ ଡେବ୍ୟୁ କରିଥିଲେ। ଏଥିରେ ସେ ନିଜେ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସଫଳ ହେବା ସହ ତାଙ୍କ କାମକୁ ପ୍ରଶଂସା ମଧ୍ୟ କରାଯାଇଥିଲା।

Related story