ଫସିଲେ ଜ୍ୟାକ୍‌ଲିନ୍‌, ଡାକିଲା ଦିଲ୍ଲୀ ପୁଲିସ

ମୁମ୍ବାଇ: ଥମୁନି ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ଦିଲ୍ଲୀ ପୁଲିସ ତାଙ୍କୁ ଜେରା କରିବ। ଏଥିପାଇଁ ଦିଲ୍ଲୀ ପୁଲିସ ଜ୍ୟାକ୍‌ଲିନ୍‌ଙ୍କୁ ନୋଟିସ ପଠାଇଛି। ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ଦିଲ୍ଲୀର ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ନାଁ ସାମ୍ନାକୁ ଆସିବା […]

jacqueline-fernande

Madhupriya Mistry
  • Published: Wednesday, 31 August 2022
  • , Updated: 31 August 2022, 04:58 PM IST

ମୁମ୍ବାଇ: ଥମୁନି ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ଦିଲ୍ଲୀ ପୁଲିସ ତାଙ୍କୁ ଜେରା କରିବ। ଏଥିପାଇଁ ଦିଲ୍ଲୀ ପୁଲିସ ଜ୍ୟାକ୍‌ଲିନ୍‌ଙ୍କୁ ନୋଟିସ ପଠାଇଛି। ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

ଦିଲ୍ଲୀର ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ନାଁ ସାମ୍ନାକୁ ଆସିବା ପରେ ଇଡି ତାଙ୍କୁ ବାରମ୍ବାର ଜେରା କରିସାରିଛି। ଏପରିକି ନିକଟରେ ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରି ଜ୍ୟାକ୍‌ଲିନ୍‌ଙ୍କୁ ଏଥିରେ ଅଭିଯୁକ୍ତ ବୋଲି ଦର୍ଶାଇଛି। ଏବେ ଏହି ମାମଲାରେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ବା ଇଓଡବ୍ଲୁ ସିଂହଳ ସୁନ୍ଦରୀଙ୍କୁ ପ୍ରଶ୍ନ କରିବା।

ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ର ଶେଖରକୁ ଦିଲ୍ଲୀ ପୁଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା। ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତା' ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ ଆଠ ଜଣଙ୍କୁ ଗିରଫ କରିସାରିଲାଣି।  

Related story