ବଦଳିଗଲା ମନ, ଅଲଗା ହେବେନି ଧନୁଷ-ଐଶ୍ୱର୍ଯ୍ୟା!

ହାଇଦ୍ରାବାଦ: ବଦଳିଗଲା ସାଉଥ ସୁପରଷ୍ଟାର୍‌ ଧନୁଷଙ୍କ ମନ। ପୁଣି ଏକାଠି ହେବେ ଧନୁଷ ଆଉ ଐଶ୍ୱର୍ଯ୍ୟା। ଆଉ ନେବେନି ଛାଡପତ୍ର। ଉଭୟ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ। ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି। ବେଶ୍‌ କିଛି ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଧନୁଷ। ଚଳିତ ବର୍ଷ ଜାନୁଆରୀରେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ସୋଶାଲ ମିଡିଆରେ ପୋଷ୍ଟ […]

dhanush-and-aishwarya

Madhupriya Mistry
  • Published: Tuesday, 04 October 2022
  • , Updated: 04 October 2022, 05:39 PM IST

ହାଇଦ୍ରାବାଦ: ବଦଳିଗଲା ସାଉଥ ସୁପରଷ୍ଟାର୍‌ ଧନୁଷଙ୍କ ମନ। ପୁଣି ଏକାଠି ହେବେ ଧନୁଷ ଆଉ ଐଶ୍ୱର୍ଯ୍ୟା। ଆଉ ନେବେନି ଛାଡପତ୍ର। ଉଭୟ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ। ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି।

ବେଶ୍‌ କିଛି ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଧନୁଷ। ଚଳିତ ବର୍ଷ ଜାନୁଆରୀରେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ସୋଶାଲ ମିଡିଆରେ ପୋଷ୍ଟ କରି ଏନେଇ ଘୋଷଣା କରିଥିଲେ। ଏଥିସହ ଲୋକଙ୍କୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅଲଗା ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ମୁତାବକ, ଏବେ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଧନୁଷ ଅଲଗା ହେବାକୁ ଚାହୁଁ ନାହାନ୍ତି। ଦୁହେଁ ଏହି ବିଚାରକୁ ଆଉ କିଛି ସମୟ ଦେବାକୁ ଚାହୁଁଛନ୍ତି। ଉଭୟ ଛାଡପତ୍ର ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ କରିଦେଇଛନ୍ତି। ସେମାନଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। କୁହାଯାଉଛି ଯେ ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ପରିବାରର ସଦସ୍ୟ ରଜନୀକାନ୍ତଙ୍କ ଘରେ ବସି କଥାବାର୍ତ୍ତା ହୋଇଥିଲେ। ଯେଉଁ ସବୁ ସମସ୍ୟା ରହିଛି ତାକୁ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। ଉଭୟ ପଜିଟିଭ୍‌ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ ବୋଲି କୁହାଯାଇଥିଲା।

ଚଳିତ ବର୍ଷ ଜାନୁଆରୀ ମାସରେ ଧନୁଷ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେବା ପାଇଁ ଘୋଷଣା କରିଥିଲେ। ତାଙ୍କ ବୈବାହିକ ଜୀବନରେ ଆରମ୍ଭ ହୋଇଥିଲା ଫାଟ। ୧୮ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Related story