Advertisment

ଥମୁନି ବିବାଦ, ଧନୁଷଙ୍କୁ କଡ଼ା ଟାର୍ଗେଟ୍‌ କଲେ ନୟନତାରା

ଏବେ ନୟନତାରା ମଧ୍ୟ ତାଙ୍କ ନାଁ ନ ନେଇ ଧନୁଷଙ୍କୁ ଟାର୍ଗେଟ୍‌ କରିଛନ୍ତି।

author-image
Madhupriya Mistry
Nayanthara Vs Dhanush

Nayanthara Vs Dhanush

ମୁହାଁମୁହିଁ ହୋଇଛନ୍ତି ଦୁଇ ସାଉଥ ସୁପରଷ୍ଟାର। ଉଭୟଙ୍କ ଭିତରେ ଲାଗିଛି ଶୀତଳଯୁଦ୍ଧ। ଧୁନଷ ଓ ନୟନତାରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମୁନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଦ।

Advertisment
Nayantharaନୟନତାରା ସେୟାର କରିଥିବା ପୋଷ୍ଟ

ନିକଟରେ ଧନୁଷ ନୟନତାରାଙ୍କ ବିରୋଧରେ ଏକ ମାମଳା ଦାୟର କରିଥିଲେ। ଏବେ ନୟନତାରା ମଧ୍ୟ ତାଙ୍କ ନାଁ ନ ନେଇ ଧନୁଷ ଉପରେ ଟାର୍ଗେଟ୍‌ କରିଛନ୍ତି। ନିକଟରେ ନୟନତାରା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ନୟନତାରା କହିଛନ୍ତି, 'ଯେତେବେଳେ ତୁମେ ମିଛରେ କାହାର ଜୀବନକୁ ନଷ୍ଟ କର, ଏହାକୁ ଋଣ ରୂପେ ଗ୍ରହଣ କର, ଏହା ସୁଧ ସହିତ ତୁମ ପାଖକୁ ଫେରି ଆସିବ। ଯଦି ଆପଣ କାହା ସହ ଭୁଲ୍‌ କରୁଛନ୍ତି, ତେବେ ଏହି ଭୁଲ୍‌ କାମ ଆପଣଙ୍କ ପାଖକୁ ସୁଧ ସହ ଭୋଗିବାକୁ ପଡିବ।'

ନିକଟରେ ନୟନତାରାଙ୍କ ଅପ୍‌କମିଂ ଫିଲ୍ମ 'ନୟନମ ରାଉଡି ଧାନ'ର ଏକ କ୍ଲିପକୁ ବିରୋଧ କରିଥିଲେ ଧନୁଷ। ଏହାପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ନୟନତାରା ଏବଂ ଧନୁଷ କାମ କରିଥିଲେ। କିନ୍ତୁ ଏହି ଫିଲ୍ମର ସେଟରୁ ଏକ ବିଟିଏସ୍ ଭିଡିଓ ସୁଟ୍ କରାଯାଇଥିଲା। ଯାହାକୁ ନୟନତାରାଙ୍କ ନିକଟରେ ରିଲିଜ୍ ହୋଇଥିବା ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ କରାଯାଇଥିଲା। ତେବେ ଏହି ଭିଡିଓ କ୍ଲିପ୍କୁ ବ୍ୟବହାର କରିବା ପୂର୍ବରୁ ନୟନତାରା ଅନୁମତି ମାଗିଥିଲେ, କିନ୍ତୁ ଧନୁଷ ଦେଇନଥିଲେ।

Advertisment

କିନ୍ତୁ ପରେ, ଯେତେବେଳେ ଏହି ୩ ସେକେଣ୍ଡ୍ କ୍ଲିପ୍ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ ହେଇଥିଲା, ସେତେବେଳେ ଏହାକୁ ନେଇ ରାଗିଯାଇଥିଲେ ଧନୁଷ। ଏହାକୁ ନେଇ ନୟନତାରାଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ। ଏଥିସହ ଏକ ମକଦ୍ଦମା ମଧ୍ୟ ଦାୟର କରିଥିଲେ। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ସେମାନେ କ୍ଲିପ୍ ବ୍ୟବହାର କରନ୍ତି ତେବେ ସେ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ମାଗିବେ।

Tollywood Dhanush Nayanthara Fight