dharamendra-to-play-sufi-saint
ବଦଳିଗଲା ବଲିଉଡର ହି’ମ୍ୟାନ୍ ଧର୍ମେନ୍ଦ୍ରଙ୍କ ଚେହେରା। ଲମ୍ବା ଦାଢ଼ି, ମୁଣ୍ଡରେ ପଗଡି ବାନ୍ଧି ସାଜିଛନ୍ତି ସୁଫି ସନ୍ଥ। ଦେହରେ ସୁଫି ସନ୍ଥଙ୍କ ଭଳି ହିଁ ପିନ୍ଧିଛନ୍ତି ପୋଷାକ। ତାଙ୍କୁ ଚିହ୍ନିବା ମୁସକିଲ୍ ହୋଇପଡିଛି। ୮୭ ବର୍ଷୀୟ ଧର୍ମେନ୍ଦ୍ରଙ୍କ ଏହି ଗେଟ୍ଅପ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନୂଆ ରୂପରେ ନଜର ଆସିଛନ୍ତି ଧର୍ମେନ୍ଦ୍ର। କୁହାଯାଉଛି କି ଧର୍ମେନ୍ଦ୍ରଙ୍କୁ ଆଗକୁ ସୁଫି ସନ୍ଥ ଶେଖ୍ ସଲିମ ଚିସ୍ତି ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ଜି-୫ର ଅପ କମିଂ ୱେବ ସିରିଜ, ‘ତାଜ ଡିଭାଇଡେଡ ବାଏ ବ୍ଲଡ’ ଆସିବାକୁ ଯାଉଛି। ଏଥିରେ ଧର୍ମେନ୍ଦ୍ର ସୁଫି ସନ୍ଥ ଶେଖ ସଲିମ ଚିସ୍ତି ଭୂମିକାରେ ନଜର ଆସିବେ। ଏହି ୱେବସିରିଜ ଜରିଆରେ ପ୍ରଥମ କରି ଧର୍ମେନ୍ଦ୍ର ଓଟିଟିରେ ପାଦ ରଖିବାକୁ ଯାଉଛନ୍ତି। ମୋଗଲ ସାମ୍ରାଜ୍ୟ ସହିତ ଜଡ଼ିତ ବିଷୟବସ୍ତୁକୁ ୱେବସିରିଜରେ ଦର୍ଶକ ଦେଖିବାକୁ ପାଇବେ।
ୱେବସିରିଜରେ ଧର୍ମେନ୍ଦ୍ର କିପରି ଦେଖାଯିବେ ସେ ନେଇ ଧର୍ମେନ୍ଦ୍ର ନିଜେ ପ୍ରଶଂସକଙ୍କୁ ଜଣାଇଛନ୍ତି। ସୁଫି ସନ୍ଥ ଗେଟ୍ଅପ୍ରେ ଥିବା ଫଟୋକୁ ଧର୍ମେନ୍ଦ୍ର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ଶେଆର କରି କ୍ୟାପସନ୍ରେ ଲେଖିଛନ୍ତି, ‘ବନ୍ଧୁମାନେ ଏହି ତାଜ୍ ୱେବସିରିଜରେ ସୁଫି ସନ୍ଥ ଶେଖ ସଲିମ ଚିସ୍ତିଙ୍କ ଚରିତ୍ରରେ ଅଭିନୟ କରୁଛି। ଭୂମିକା ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣଙ୍କ ଆଶୀର୍ବାଦ ଜରୁରୀ।’
ଏହି ୱେବସିରିଜରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ବର୍ଷିଆନ ଅଭିନେତା ନାସିରୁଦ୍ଦିନ ଶାହା ମଧ୍ୟ ଅଛନ୍ତି। ଏଥିରେ ତାଙ୍କୁ ମୋଗଲ ବାଦଶାହ ଅକବର ଭୂମିକାରେ ଦେଖିବାକୁ ମିଳିବ, ଯିଏକି ନିଜ ଉତ୍ତରାଧିକାରୀଙ୍କୁ ଖୋଜିବାରେ ଲାଗିଛନ୍ତି। ମୋଗଲ ସାମାଜ୍ରାରେ ଘଟିଥିବା ସତ ଘଟଣା ଉପରେ ଏହି ୱେବ ସିରିଜଟି ଆଧାରିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676466647.jpg)