Advertisment

ପୁଲ୍ ଭିତରେ ଏ କ’ଣ କରିଦେଲେ ଧର୍ମେନ୍ଦ୍ର!

ମୁମ୍ବାଇ: ବଲିଉଡର ହି’ମ୍ୟାନ୍ ଧର୍ମେନ୍ଦ୍ର। ବି-ଟାଉନ୍‌ର ବଡ଼ ବଡ଼ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ସେ ଜଣେ। ୬୦ ଦଶକରେ ସେ ହି’ମ୍ୟାନ୍ ରୂପେ ପରିଚିତ ହୋଇଥିଲେ। ଏବେ ତାଙ୍କ ବୟସ ୮୫ ବର୍ଷ। ଏତେ ବୟସ୍କ ହୋଇଥିଲେ ମଧ୍ୟ ତାଙ୍କ କ୍ରେଜ କିନ୍ତୁ କମି ନାହିଁ । ୮୫ ବର୍ଷ ବୟସରେ ମଧ୍ୟ ପୂରାପୁରି ଫିଟ୍ ଅଛନ୍ତି ହି’ମ୍ୟାନ୍। ଧର୍ମେନ୍ଦ୍ର ଏବେ ନିଜକୁ ଫିଟ୍ ରଖିବା ପାଇଁ କରୁଛନ୍ତି ଏରୋବିକ୍ସ। ସୁଇମିଂ ପୁଲ୍ ଭିତରେ ୱାଟର ଏରୋବିକ୍ସ […]

ଅଦ୍ୟତନ ହୋଇଛି
ପୁଲ୍ ଭିତରେ ଏ କ’ଣ କରିଦେଲେ ଧର୍ମେନ୍ଦ୍ର!

Dharmendra

Advertisment

ମୁମ୍ବାଇ: ବଲିଉଡର ହି’ମ୍ୟାନ୍ ଧର୍ମେନ୍ଦ୍ର। ବି-ଟାଉନ୍‌ର ବଡ଼ ବଡ଼ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ସେ ଜଣେ। ୬୦ ଦଶକରେ ସେ ହି’ମ୍ୟାନ୍ ରୂପେ ପରିଚିତ ହୋଇଥିଲେ। ଏବେ ତାଙ୍କ ବୟସ ୮୫ ବର୍ଷ। ଏତେ ବୟସ୍କ ହୋଇଥିଲେ ମଧ୍ୟ ତାଙ୍କ କ୍ରେଜ କିନ୍ତୁ କମି ନାହିଁ । ୮୫ ବର୍ଷ ବୟସରେ ମଧ୍ୟ ପୂରାପୁରି ଫିଟ୍ ଅଛନ୍ତି ହି’ମ୍ୟାନ୍।

Advertisment

ଧର୍ମେନ୍ଦ୍ର ଏବେ ନିଜକୁ ଫିଟ୍ ରଖିବା ପାଇଁ କରୁଛନ୍ତି ଏରୋବିକ୍ସ। ସୁଇମିଂ ପୁଲ୍ ଭିତରେ ୱାଟର ଏରୋବିକ୍ସ ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ନିଜେ ଧର୍ମେନ୍ଦ୍ର ଟୁଇଟର୍‌ରେ ସେଆର କରିଛନ୍ତି।

ଭିଡଓକୁ ସେଆର କରି ସେ ଲେଖିଛନ୍ତି, ‘ଯୋଗ ଦିବସ ଅବସରରେ ମୁଁ ମଧ୍ୟ ପୂରା ଯୋଶରେ ଆସିଯାଇଛି, ଏଥିପାଇଁ ନିଜକୁ ଫିଟ୍ ରଖିବାକୁ ୱାଟର ଏରୋବିକ୍ସ କରିବା ଆରମ୍ଭ କରିଦେଇଛି। ପାଣିର ଲହଡି ଭିତରେ ଏରୋବିକ୍ସ କରିବାର ମଜା ବେଶ୍ ନିଆରା। ଅଶା କରୁଛି ଏହା ଆପଣଙ୍କୁ ପସନ୍ଦ ଆସିଥିବ।’

Advertisment

ଧର୍ମେନ୍ଦ୍ରଙ୍କ ଏହି ଏରୋବିକ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଛି ଏହି ଭିଡିଓ।

ସୂଚନା ମୁତାବକ ବି-ଟାଉନ୍ ଠାରୁ ଦୀର୍ଘ ଦିନ ହେବ ଦୂରଇ ରହିଛନ୍ତି ଧର୍ମେନ୍ଦ। ସେ ସୋଶାଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ। ସର୍ବଦା ସେ ନିଜର କିଛି ନା କିଛି ଫଟୋ ହେଉ ଅବା ଭିଡିଓ ସୋଶାଲ ମିଡିଆରେ ସେଆର କରିଥା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe