Advertisment

ପୁଣି ହାତକୁ ଦି ହାତ ହେବେ ଦିଆ

ମୁମ୍ବାଇ: ଖୁବଶୀଘ୍ର ଦିଆଙ୍କ ବାଜିବ ସାହାନାଇ। ପୁଣି ହାତକୁ ଦି ହାତ ହେବେ ବଲିଉଡ ସୁନ୍ଦରୀ ଦିଆ ମିର୍ଜା। ସେ ବିଜନେସ ମ୍ୟାନ୍‌ ବୈଭବ ରେଖିଙ୍କୁ ବିବାହ କରିବେ। ସ୍ପଟବୟ-ଇ ମୁତାବକ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ସାତ ଫେରା ନେବେ ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ। ମିଡିଆ ରିପୋର୍ଟ ମୁତାବକ, ବେଶ୍‌ ପ୍ରାଇଭେଟ ରୂପେ ଦିଆଙ୍କ ଏହି ବିବାହ ହେବ । ଏଥିରେ କେବଳ ତାଙ୍କର ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ। ସୂଚନାଯୋଗ୍ୟ ଯେ, […]

ଅଦ୍ୟତନ ହୋଇଛି
ପୁଣି ହାତକୁ ଦି ହାତ ହେବେ ଦିଆ

Dia Mirza

Advertisment

ମୁମ୍ବାଇ: ଖୁବଶୀଘ୍ର ଦିଆଙ୍କ ବାଜିବ ସାହାନାଇ। ପୁଣି ହାତକୁ ଦି ହାତ ହେବେ ବଲିଉଡ ସୁନ୍ଦରୀ ଦିଆ ମିର୍ଜା। ସେ ବିଜନେସ ମ୍ୟାନ୍‌ ବୈଭବ ରେଖିଙ୍କୁ ବିବାହ କରିବେ। ସ୍ପଟବୟ-ଇ ମୁତାବକ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ସାତ ଫେରା ନେବେ ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ। ମିଡିଆ ରିପୋର୍ଟ ମୁତାବକ, ବେଶ୍‌ ପ୍ରାଇଭେଟ ରୂପେ ଦିଆଙ୍କ ଏହି ବିବାହ ହେବ । ଏଥିରେ କେବଳ ତାଙ୍କର ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ।

Advertisment

[caption id="attachment_619129" align="aligncenter" width="650"]Dia Mirza-Vaibhav ବୈଭବଙ୍କୁ ବିବାହ କରିବେ ଦିଆ[/caption]

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଲକଡାଉନ ବେଳେ ବୈଭବ ଏବଂ ଦିଆଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଦୁହେଁ ଦୀର୍ଘ ଦିନ ହେବ ଏକାଠି ସମୟ ବିତାଉଥିବା ମଧ୍ୟ ଶୁଣିବାକୁ ମିଳୁଛି।

Advertisment

ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।

ସେହିପରି ବୈଭବ ମଧ୍ୟ ଜଣାଶୁଣା ଇନଷ୍ଟ୍ରକ୍ଟର ସୁନୈନା ରେଖିଙ୍କ ପୂର୍ବତନ ସ୍ୱାମୀ । ସୁନେନା ଏବଂ ବୈଭବଙ୍କ ଏକ ଝିଅ ମଧ୍ୟ ଅଛି। ଦୁହିଁଙ୍କ ବହୁ ଦିନ ପୂର୍ବରୁ ଛାଡପତ୍ର ହୋଇସାରିଛି।  ବୈଭବ ମୁମ୍ବାଇରେ ବିଜନେସମ୍ୟାନ ଏବଂ ଇନ୍‌ଭେଷ୍ଟର ରୂପେ କାମ କରନ୍ତି।

Dia Mirza Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe